ଝଙ୍କଡ଼ ପାଇକ ସମାଜର ମହାସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ଥିଦୀପ ଆଦିତ୍ୟ): ଜୁନାଗଡ଼ ବ୍ଲକର ସନ୍ୟାସୀ କୁଣ୍ଡାମାଲ ଠାରେ ଝଙ୍କଡ଼ ପାଇକ ସମାଜର ଏକ ଦିବସୀୟ ମହାସଭା ଅନୁଷ୍ଠିତ ହୋଇଯାଇଛି। ଝଙ୍କଡ଼ ପାଇକ ସମାଜର ସଭାପତି ବୃଷଭ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ସଭା ପ୍ରାରମ୍ଭରେ ସମାଜର ଧ୍ୱଜା ରୋହଣ ସହ ସମାଜର ପ୍ରତିକ ଖଣ୍ଡା ଶୋଭାଯାତ୍ରା ଗ୍ରାମ୍ୟ ପରିକ୍ରମା କରିଥିଲା। ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ଜହ୍ନୁ ବିଷି, ମହେନ୍ଦ୍ର ପ୍ରଧାନୀ, ଟଙ୍କଧର ନାଏକ, ନରେନ୍ଦ୍ର ପ୍ରଧାନୀ, ପରିଚୟ ନାଏକ, ସତ୍ୟ ନାରାୟଣ ଅଧିକାରୀ, ଉଦ୍ଧବ ଚରଣ ନାଏକ, ଖଣ୍ଡାୟତ ପାଇକ ସମାଜର ପ୍ରତିନିଧି ରଶ୍ମି ରଂଜନ ନାଏକ ଉପସ୍ଥିତ ଥିଲେ। ପାଇକ ସମାଜର ଶିକ୍ଷା, ନାରୀ ଶିକ୍ଷା, ସ୍ବାସ୍ଥ୍ୟ ଓ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ବକ୍ତାମାନେ ଆହ୍ବାନ କରିଥିଲେ। ଏହି ଅବସରରେ ୨୦୨୩-୨୪ ବର୍ଷର ମେଧାବୀ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମାଜର ଉପସଭାପତି ଗଜେନ୍ଦ୍ର ରାଉତ, ସଂପାଦକ ରାହାସ କାନ୍ତ ରାଉତ ସମାଜର ବିବରଣୀ ପ୍ରଦାନ କରିବା ସହ ଆଗାମୀ ବର୍ଷରେ ପ୍ରତିଭା ଅନ୍ୱେଷଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ଏକ ଉପକମିଟି ଗଠନ ପ୍ରସ୍ତାବକୁ ସହର୍ଷ ସମସ୍ତଙ୍କ ମତରେ ଗୃହୀତ କରିଥିଲେ। ଶିକ୍ଷାବିତ ମକରଧ୍ବଜ ରାଉତ ମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିବାବେଳେ ସନ୍ୟାସୀ କୁଣ୍ଡାମାଲର ଝଙ୍କଡ଼ ପାଇକ ସମାଜ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.