ଯବାନ ଫିଜିକାଲ୍ ଏକାଡେମୀ ଭବାନୀପାଟଣାର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସହର ରେ ରହିଥିବା ସୁନାମଧନ୍ୟ ଓ ନାମକରା ଯବାନ ଫିଜିକାଳ ଏକାଡେମୀ ସେଣ୍ଟର୍ ରେ ଯୁବ ବର୍ଗଙ୍କୁ ଫିଜିକାଲ ତାଲିମ ଦିଆଯାଇ ବିଭିନ୍ନ ଡିଫେନ୍ସ ଲାଇନରେ ଚାକିରି ପାଇବା ପାଇଁ ସୁଯୋଗ ମିଳୁଥିବା ଖବର ପାଇଥିବାରୁ ଭବାନୀପାଟଣା ଫିଜିକାଲ ଏକାଡେମି ରେ ରବିବାର ଆଠ ଜଣ ଛାତ୍ର କୃତିତ୍ବ ଅର୍ଜନ କରଛନ୍ତି। କପିଳେନ୍ଦ୍ର କୁମାର ନାୟକ, ତାଲେଶ୍ୱର ହେରାନା, ମାନସ ରଞ୍ଜନ ନାୟକ, ମୁକେଶ ମଙ୍ଗରାଜ କଳାହାଣ୍ଡି ନବମ ବାଟାଲିୟନ୍ କଳାହାଣ୍ଡି , ରାହୁଲ ଭୋଇ ଚତୁର୍ଥ ବାଟାଲିୟନ ମାଲକାନଗିରି , ଶଶି ଭୂଷଣ ନାୟକ ଓ.ଏସ୍.ଏ.ପି ତୃତୀୟ ବାଟାଲିୟନ ମାଲକାନଗିରି , ଡିଙ୍ଗର ହାତୀ ଓ.ଏସ୍.ଏ.ପି ତୃତୀୟ ବାଟାଲିୟନ କୋରାପୁଟ , ମାନଭଞ୍ଜନ ନାଏକ ଓ.ଏସ୍.ଏ.ପି ତୃତୀୟ ବାଟାଲିୟନ ରାଉଲକେଲା ରେ ସଫଳ ତାର ସହିତ ପ୍ରବେଶ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଉକ୍ତ କୋଚିଂ ସେଣ୍ଟର୍ ରେ ଫିଜିକାଲ ଶିକ୍ଷକ ପୂର୍ବତନ ସୈନିକ ଭୂପିନ୍ଦ୍ର ନାଏକ ଓ ଜହ୍ନସନ୍ ମାଝୀ, ଅମିତ୍ କୁମାର ଦାସ, ରିଟିନ ଶିକ୍ଷକ ଭୋଲା ଶଙ୍କର ପାତ୍ର, ସାଧାରଣ ଜ୍ଞାନ ,କମ୍ପ୍ୟୁଟର ଓ ଓଡ଼ିଆ ବ୍ୟାକରଣ , ଗଣିତ ମହିମା, ଏକେ ପ୍ରମୁଖ ଦାୟିତ୍ବ ନେଇଛନ୍ତି। ପୂର୍ବ ରୁ ଏସ୍. ଏସ. ସି ଜିଡି ର ଚବିଶ ଜଣ ଓ ଅଗ୍ନି ବୀର ରେ ନଅ ଜଣ ସମେତ ଓଡ଼ିଶା ପୋଲିସ ରେ ଚଉଦ ଜଣ ଛାତ୍ର ଓ ଅଗ୍ନି ବାହିନୀ ତିନି ଜଣ ସଫଳ ଅର୍ଜ୍ଜନ କରିଥିଲେ। ଏବେ ମଧ୍ୟ ସମସ୍ତ ପ୍ରକାର ଟ୍ରେଡର ଟ୍ରେନିଂ ଚାଲିଅଛି। ଏକାଡେମୀ ତରଫ ରୁ ଚାକିରି ପାଇଥିବା ସମସ୍ତ ଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଭବିଷ୍ୟତ ଜୀବନ ଆହୁରି ଉଜ୍ଜ୍ୱଳମୟ ହେଉ ବୋଲି ଯବାନ ଫିଜିକାଲ ଏକାଡେମୀ ର ସମସ୍ତ କୋଚ ମାଁ ମାଣିକେଶ୍ଵରୀ ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.