କରାଟେ ଶିକ୍ଷାକେନ୍ଦ୍ର ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ହାଇସ୍କୁଲ ଖେଳ ପଡିଆ ଠାରେ ଗୋଜୁରିଓ କରାଟେ ସ୍କୁଲ ଇଣ୍ଡିଆ ତରଫରୁ ଏକ ଜୋଡୋ କରାଟେ ର ଉଦଘାଟନ ହୋଇଯାଇଛି l ସେନ୍ସର ମଣ୍ଟୁ ନାଗ (ବ୍ଲାକ ବେଲଡ଼ ୨ୟ ଡନ) ଓ ସେନ୍ସର ମୋହନ ନାଏକ (ବ୍ଲାକ ବେଲଡ଼ ୩ୟ ଡନ) ଉଭୟ ଙ୍କ ପ୍ରତେକ୍ଷ ତତ୍ଵାବଧାନରେ ଉକ୍ତ ଜୋଡୋ କରାଟେ ପରିଚାଳନା ହେବବୋଲି ସୂଚନା ଦିଆଯାଇଛି l ଅଞ୍ଚଳରୁ ଛାତ୍ରଛାତ୍ରୀ ଓ ଯୁବପିଢ଼ି ପ୍ରଶିକ୍ଷଣ ପ୍ରାପ୍ତ କରି ସେମାନଙ୍କର ଦୈନନ୍ଦିନ ଜୀବନରେ ଲାଭବାନ ହୋଇପାରିବ ବୋଲି ପ୍ରଶିକ୍ଷଣ ପ୍ରକାର କରିଛନ୍ତି l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବୁଢାବାହାଲ ସରପଞ୍ଚ ଲତା କୁମ୍ଭାର ସମ୍ମାନିତ ଅତିଥିଭାବେ ପୂର୍ବତନ ସରପଞ୍ଚ ତଥା ସମାଜସେବୀ କପିଳ ଭୋଇ ଯୋଗଦେଇ ଉଦଘାଟନ କାର୍ଯ୍ୟ ସମ୍ପାଦନ କରିଥିଲେ l ବିଶିଷ୍ଟ ସମାଜସେବୀ ତଥା କବିରାଜ ସୁରେନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବାବେଳେ କବିରାଜ ଜଗଦୀଶ ସାହୁ, ବହିଚନ୍ଦ୍ର ପୁଟେଲ, କାଳିଆ ପୁଟେଲ, ଲିଙ୍ଗ ନାଗ, ସମତେ ଶତାଧିକ ଛାତ୍ରଛାତ୍ରୀ ଯୁବକ ପିଢ଼ି ଉପସ୍ଥିତ ଥିଲେ l ଏହି କାର୍ଯ୍ୟକୁ ବିଶିଷ୍ଟ ସାମରିକବିଦ୍ ସିଂହାନ ଅଶୋକ କୁମାର ନାଗ ପ୍ରଶଂସା ସହିତ ଅଭିନନ୍ଦନ ଜଣେଇଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.