ଏକ ଦିବସୀୟ ଲକ୍ଷ ପତି ଦିଦି କର୍ମଶାଳା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ମହିଳାଙ୍କୁ ସଶକ୍ତ,ତଥା ରାଜ୍ୟ ଓ ଦେଶର ଅର୍ଥନୈତିକ ବିକାଶରେ ସହଯୋଗୀ ହେବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଏକ ଦିବସୀୟ ଲକ୍ଷ ପତି ଦିଦି କର୍ମଶାଳା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସୋନପୁର ଟାଉନହଲ ଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଡିଏଫଓ, ଡିଏସଡବ୍ଲୁଓ, କେଭିକେ କୃଷି ବୈଜ୍ଞାନିକ, ସିଡିଭିଓ, ଏଲଡିଏମ, ଆରଏସଇଟିଆଇ ନିର୍ଦେଶକ, ସିଡ଼ିଏଓ ପ୍ରମୁଖ ଉପସ୍ଥିତ ଥିଲେ। କର୍ମଶାଳା ଅବସରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ନିଜ ନିଜ ବିଭାଗୀୟ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥାପନ କରିଥିଲେ। ଏହି ଅବସରରେ ସିଏସଏସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାମାନେ ସେମାନଙ୍କ ସଫଳ କାହାଣୀ ବ୍ୟକ୍ତ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ପରେ ପରେ ଲଖପତି ଦିଦି ମାନଙ୍କ ଦ୍ୱାରା ଗୀତ, ସଙ୍ଗୀତ, ନାଚ, କବିତା ଆବୃତ୍ତି , କ୍ଷୁଦ୍ର ନାଟକ ଆଦି ପରିବେଷଣ କରାଯାଇଥିଲା। ଏହି କର୍ମଶାଳାରେ ଏଫଏଲସି, ଡିପିସି ମିଶନ ଶକ୍ତି, ଓଏଲଏମ, ମିଶନ ଶକ୍ତି ଅଧିକାରୀ ସମେତ ଜିଲ୍ଲା ର ସମସ୍ତ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଲକ୍ଷ ପତି ଦିଦି ପ୍ରମୁଖ ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.