ସିହିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବେଲପଡା (ତ୍ରିନାଥ ବାଗ): ବେଲପଡା ବ୍ଲକ ଅନ୍ତର୍ଗତ ସିହିନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଏହି କାର୍ଯ୍ୟକ୍ରମ ସ୍କୁଲ ର ପ୍ରଧାନ ଶିକ୍ଷକ ତୁଲାରାମ ମାଝୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସିହିନୀ ସରପଞ୍ଚ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବେହେରା l ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟ ସୁନୀଲ କୁମାର ଶବର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ କୁମାର ପୁଟେଲ, ସମାଜସେଵୀ ରାଜେନ୍ଦ୍ର କୁମାର ବେହେରା, ଗୋପବନ୍ଧୁ ତାଣ୍ଡି, କ୍ଷମାନିଧି ପୁଟେଲ, ଗଙ୍ଗାଧର ବାରିକ ପ୍ରମୁଖ ଯୋଗ ଦେଇଥିଲେ I ଶିକ୍ଷା ସୋମନାଥ କୁମ୍ଭାର ମଞ୍ଚ ପରିଚାଳନା କରିଥିଲେ | ସହଯୋଗୀ ପରିଚାଳନା କମିଟି ରେ ଦୁର୍ଗା ମାଧବ ତାଣ୍ଡି, ସଞ୍ଜୀବ କୁମାର ମିଶ୍ର, ବିଜୁ ଶବର, ଶ୍ରୀମତୀ ଆରତୀ ବେହେରା, ଶ୍ରୀମତୀ ରୂପଶ୍ରୀ ସାହୁ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିବା ବେଳେ ସହଯୋଗୀ ଶିକ୍ଷକ ନିର୍ମଳ ଚନ୍ଦ୍ର ବେହେରା, ସଞ୍ଜୀବ କୁମାର ମିଶ୍ର, ବିଜୁ ଶବର, ଶ୍ରୀମତୀ ଆରତୀ ବେହେରା, ଶ୍ରୀମତୀ ରୂପଶ୍ରୀ ସାହୁ ସହଯୋଗ କରିଥିଲେ | ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ସିହିନୀ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ବେହେରା ବିଦ୍ୟାଳୟ ରେ ଶୁଦ୍ଧ ପିଇବା ପାଣି ନିମନ୍ତେ ଗୋଟିଏ R.O ଫିଲଟର ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.