ଭୀମ ଆର୍ମୀ କଳାହାଣ୍ଡି ପକ୍ଷରୁ କାଂଶୀରାମ ସାହେବଙ୍କ ୯୧ତମ ଜନ୍ମଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭାରତରେ ବହୁଜନ ସମାଜର ସାମ୍ବିଧାନିକ ଅଧିକାର ତଥା ରାଜନୈତିକ ଚେତନାରେ ବିପ୍ଳବର ମୂଳଦୁଆ ପକାଇଥିବା ବିଶିଷ୍ଟ ରାଜନୀତିଜ୍ଞ ମାନ୍ୟବର ସାହେବ କାଂଶୀରାମଙ୍କ ୯୧ ଳତମ ଜନ୍ମବାର୍ଷିକୀ ଭୀମ ଆର୍ମୀ କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ଭବାନୀପାଟଣା ସହର ଗୌନ୍ତିଆପଡା ଠାରେ ଜିଲ୍ଲା ସଭାପତି ରଜନୀକାନ୍ତ ସମର୍ଲିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମାନ୍ୟବର କାଂଶୀରାମ ସାହେବଙ୍କ ଜୀବନୀ ଓ ତାଙ୍କ ନେତୃତ୍ଵରେ ଭାରତରେ ବହୁଜନ ସମାଜ କିପରି ରାଜନୀତିର କ୍ଷମତାର ମୂଲ୍ୟ ବୁଝିବାକୁ ସକ୍ଷମ ହେଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଟାଉନ ସଭାପତି ବିପୀନ ଭାରତୀଙ୍କ ସମେତ ବହୁଜନ ବିଚାରବାଦୀ ନୀଳାଞ୍ଚଳ ଦୀପ, ବଂଶୀଧର ନାଏକ, ଶେଷଦେବ ନାଏକ, ବେବିନା ଧଙ୍ଗଡାମାଝୀ, ସ୍ନେହଲତା ଦୁର୍ଗା, ରାକେଶ ମେହେର କମଳ ମେହେର ପ୍ରମୂଖ ନିଜର ବକ୍ତବ୍ୟ ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.