ରେଳ ଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡ ପକ୍ଷରୁ ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର 

ରୁପ୍ରାରୋଡ଼ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ରୁପ୍ରାରୋଡ଼ ଠାରେ ଏକ୍ସପ୍ରେସ ଟ୍ରେନ ରହଣୀ ଦାବି ନେଇ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରବିବାର ଦିନ ମାନ୍ୟବର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଧାନବାଦ – ଆଲେପି ଏକ୍ସପ୍ରେସ, ବିଲାସପୁର – ତିରୁପତି ଏକ୍ସପ୍ରେସ, ଟାଟା – ଏର୍ଣ୍ଣାକୁଲମ, ଅହମଦାବାଦ – ପୁରୀ ଏବଂ ସମ୍ବଲପୁର – ନାନ୍ଦେଡ ଟ୍ରେନ ରହଣୀ ଦାବୀ ନେଇ ରୁପ୍ରାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ରୁପ୍ରାରୋଡର ଅଧ୍ୟକ୍ଷ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ସମିତିର ସଭାପତି ବରିଷ୍ଠ ଆଇନଜୀବୀ ସୁବାଶ ଚନ୍ଦ୍ର ଅଗ୍ରୱାଲ, ଉପସଭାପତି ପ୍ରଦୀପ କୁମାର ଅଗ୍ରୱାଲ, ସାଧାରଣ ସମ୍ପାଦକ ରାଧେଶ୍ୟାମ ଖେତାନ, ସମ୍ପାଦକ ନିରଜ କୁମାର ଶର୍ମା, କୋଷାଧ୍ୟକ୍ଷ ଦିନେଶ କୁମାର ଅଗ୍ରୱାଲା, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ଶର୍ମା, ରୂପଚେନ ଜୈନ, ମନୋଜ ମହାନ୍ତି, ରତନ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଓମପ୍ରକାଶ ଅଗ୍ରୱାଲ, ଗଣେଶରାମ ଖେତାନ (ବଣ୍ଟି), ବିଜୟ ଅଗ୍ରୱାଲ,  ଆଲୋକ ଅଗ୍ରୱାଲ, ଦିନେଶ ଅଗ୍ରୱାଲ, ଅଶୋକ କମାନି ପ୍ରମୁଖ ଏକ ଦାବିପତ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଜିଏମ ଭୁବନେଶ୍ୱର, ଡିଆରଏମ ସମ୍ବଲପୁର, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ କଳାହାଣ୍ଡି, ସିଡିପିଓ ରାଉଲକେଲା ପ୍ରମୁଖଙ୍କ ଉଦ୍ଦେଶ୍ୟରେ ଷ୍ଟେସନ ଅଧିକ୍ଷକଙ୍କୁ ପ୍ରଦାନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ସଂକ୍ରମଣ ପୂର୍ବରୁ ବିଶାଖାପାଟନମ – ନିଜାମୁଦ୍ଦିନ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ଏଲେପି – ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ  ପ୍ରଭୃତି ଟ୍ରେନ ଗୁଡିକ ରୁପ୍ରାରୋଡ ଷ୍ଟେସନରେ ରହଣୀ ରହିଥିଲା। ରୁପ୍ରାରୋଡ ଆଖପାଖ ୧୮ ରୁ ଉର୍ଦ୍ଧ୍ବ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି। ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ଏଲେପି – ଧାନବାଦ ଏକ୍ସପ୍ରେସ ଟ୍ରେନରେ ଏଠାକାର ଲୋକେ ଗୁଜୁରାଟ, ସୁରଟ ଆଦି ପେଟ ପାଟଣା ପାଇଁ ଯାଇଥାନ୍ତି।

କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ମାସ ୨୫ ତାରିଖରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଖୋଲିବା ପରେ ଗତ ୨୦୨୧ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି – ଧାନବାଦ ପ୍ରଭୃତି ଏକ୍ସପ୍ରେସ ଚଳାଚଳ କରିଥିଲେ ମଧ୍ୟ ରୁପ୍ରାରୋଡରେ  ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନଥିଲା। ଯାହା ଫଳରେ ରୁପ୍ରାରୋଡ଼ ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି।

ଏହାକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ରୁପ୍ରାରୋଡ ରେଳ ଷ୍ଟେସନରେ ଗତ ୧୦ ଅପ୍ରେଲ ୨୦୨୨ ରେ ବଡ ଧରଣର ରେଳରୋକ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା। ଫଳ ସ୍ୱରୁପ କୋରବା ଏକ୍ସପ୍ରେସ ଟ୍ରେନକୁ ରୁପ୍ରାରୋଡ ରେଳ ଷ୍ଟେସନରେ ରହଣୀ ଦେଇଥିଲା ରେଳ ବିଭାଗ। ହେଲେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବୀ ରହିଥିବା ଏବଂ କରୋନା ପୂର୍ବରୁ ରୁପ୍ରାରୋଡ଼ ଷ୍ଟେସନରେ ରହଣୀ ରହିଥିବା ଟ୍ରେନ ଗୁଡିକର ରହଣୀ ଦିଆଯାଇନାହିଁ। ଯେଉଁଥିପାଇଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।

ରୁପ୍ରାରୋଡ ରେଳ ଷ୍ଟେସନ ଠାରେ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ ନେଇ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ବାରମ୍ବାର ମାନ୍ୟବର ରେଳମନ୍ତ୍ରୀ, ମାନ୍ୟବର ଲୋକସଭା ସାଂସଦ କଳାହାଣ୍ଡି, ବିଭାଗୀୟ ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ବର୍ତ୍ତମାନ  ସୁଦ୍ଧା କୈାଣସି ସୁଫଳ ମିଳିପାରିନାହିଁ। ତେଣୁ ପୂର୍ବରୁ ରହଣୀ ରହିଥିବା ଓ ଅନେକ ଦାବୀ ସତ୍ୱେ ଅଦ୍ୟାବଧି ରହଣୀ ଦିଆ ଯାଇନଥିବା ଉପରୋକ୍ତ ଟ୍ରେନ ଗୁଡିକର ରହଣୀ ପାଇଁ ଯଦି ରେଳ ବିଭାଗ ଶିଘ୍ର ପଦକ୍ଷେପ ନ ନିଏ ତେବେ ତେବେ ରୁପ୍ରାରୋଡ଼ ଷ୍ଟେସନରେ ପୁନର୍ବାର ରେଳରୋକ ଆନ୍ଦୋଳନ କରାଯିବ ବୋଲି ରେଳ ଯାତ୍ରୀ ସୁରକ୍ଷା ସମିତିର ଅଧ୍ୟକ୍ଷ ତଥା ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.