ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଳା କଲ୍ୟାଣ ସିଂହପୁର ବ୍ଲକ୍ ଶିକରପାଇ, ସେରିଗୁମ୍ମା ଅଞ୍ଚଳରେ ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଚାଲିଛି ବେଧଡକ ଭାବେ ଠିପି ବନ୍ଦ ବିଦେଶୀ ମଦ ବିକ୍ରି | ହୋଲି ସମୟରେ କୌଣସି ଅପ୍ରତିକର ଘଟଣା ନ ଘଟିବା ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ସରକାରୀ ନିର୍ଦ୍ଦେଶକୁ ଅମାନ୍ୟ କରି ମୁଖ୍ୟ ସଡ଼କ ପାଖରେ ଚାଲିଛି ବେଦେଶି ମଦ ବିକ୍ରି । ଶିକରପାଇ ଠାରେ ପୋଲିସର ପେଟ୍ରୋଲିଂ ସମୟରେ ଏମିତି ଭାବେ ଧରା ପଡ଼ିଛି ବିଦେଶୀ ମଦ । ମଦ ଯୋଗାଉଥିବା ଦଲାଲକୁ ଧରିବା ସହ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛନ୍ତି କଲ୍ୟାଣ ସିଂହପୁର ଥାନା ଇନ୍ସପେକ୍ଟର ଶିବ ସାହୁ ଓ ସବ୍ ଇନ୍ସପେକ୍ଟର ଶ୍ରୀ ମାଝୀ । ଶିକରପାଇ ତଥା ବ୍ଲକର ବିଭିନ୍ନ ଅଞ୍ଚଳରେ ଶାଗ ମାଛ ବିକ୍ରି ଭଳି ମଦ ବିକ୍ରି ଚାଲିଥିବା ଅଭିଯୋଗ ହେଉଛି । କଲ୍ୟାଣ ସିଂହପୁର ଠାରେ ବିଦେଶୀ ମଦ ଦୋକାନ ରହିଥିଲେ ମଧ୍ୟ ଦୋକାନର କର୍ମଚାରୀ ମାନେ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ମଦ ଯୋଗାଣ କରୁଥିବା ମଧ୍ୟ ଜଣା ପଡ଼ିଛି । ବ୍ଲକ୍ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଓ ସେମାନେ ବିଭିନ୍ନ ଦୋକାନୀ ମାନଙ୍କ ସହ ଓ ବିଦେଶୀ ମଦ ଦୋକାନ ସହ ମଧୁ ଚନ୍ଦ୍ରିକା ସ୍ଥାପନ କରି ମାସିକ ବଟି ଆଦାୟ କରି ଧୃତରାଷ୍ଟ୍ର ସାଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଯାହା ଫଳରେ ରାସ୍ତାରେ ସମୟ ସମୟରେ ଲୁଟ୍ ସହ ଦୁର୍ଘଟଣା ଘଟୁଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆଇନ୍ ଅନୁଯାୟୀ ଦଣ୍ଡ ଦେଲେ ଅଞ୍ଚଳରେ ଶାନ୍ତି ଫେରିବା ନେଇ ଅଞ୍ଚଳବାସୀ ଦାବୀ କରିଛନ୍ତି |