ଉନ୍ମୋଚିତ ହେଲା ପୁରାତନ ବିଦ୍ୟାର୍ଥୀ ପରିଷଦର ମୁଖପତ୍ରର ‘ଆଚ୍ଛାଦନ ପୃଷ୍ଠା’

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପୁରାତନ ଵିଦ୍ୟାର୍ଥୀ ପରିଷଦ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ,ସାଉଁର ବାର୍ଷିକ ମୁଖପତ୍ରର ପ୍ରଚ୍ଛଦ ପୃଷ୍ଠା (cover page) ‘ଆଞ୍ଚଳିକା, ଆମ ଅଞ୍ଚଳର କଥା’ ସଂଗଠନ ସଭାପତି ଜଳଧର ସାମଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ପରିଷଦର ଉପଦେଷ୍ଟା ଅତିରିକ୍ତ ମହାପ୍ରବନ୍ଧକ, ଟେଲିକମ ବିଭାଗ, ପଦ୍ମଲୋଚନ ପାତ୍ର, ପ୍ରଶାସନିକ ଅଧିକାରୀ ନବକୃଷ୍ଣ ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ରାଉତ, ପୂର୍ବତନ ସରପଞ୍ଚ ବିରୁପାକ୍ଷ୍ ମହାପାତ୍ର, ପରିଷଦର ଯୁବ ସଂଗଠକ ତଥା ‘ଅଭ୍ୟୁଦୟମ’ର ମୁଖ୍ୟ ସାବ୍ୟସାଚୀ ପ୍ରଧାନ, ପରିଷଦର ଇଂ ମନ୍ମଥ କୁମାର ବାରିକ, ହେମେନ୍ଦ୍ର କୁମାର ବୁଗୁଡାଇ, ସାବିତ୍ରୀରାଣୀ ଦାସ, ସନତ କୁମାର ପରିଡା, ସୋମନାଥ ନାୟକ, ଭବେଶ ମହାନ୍ତି, ଶିରିଶ ଚନ୍ଦ୍ର ନାୟକ, ଶୁଭ୍ରାଂଶୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହା ନିଜ ନିଜ ଅଞ୍ଚଳର କଥା ରଖିଵା ସହ ସାଧାରଣ ଲୋକଙ୍କର କଥା କହିବ ବୋଲି ସଂପାଦକ ମାନବାଧିକାର କର୍ମୀ ସୁଧାକର ସେଠୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.