ଡାବୁଗାଁରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଯୁଗ୍ମ ଅଭିଯୋଗ ଶୁଣାଣି ବିଷୟରେ ଜନସାଧାରଙ୍କୁ ପୂର୍ବ ସୂଚାନା ଦେବା ଭୁଲି ଗଲେ ବ୍ଲକ ପ୍ରଶାସନ 

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର (ମିହିର ଶଙ୍କର ପାତ୍ର): ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ଉପସ୍ଥିତିରେ ୨୨ ଟି ଅଭିଯୋଗ ହୋଇଥିଲା। ସବୁ ଅଭିଯୋଗ ଗୁଡି଼କର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। କିନ୍ତୁ ଯୁଗ୍ମ ଅଭିଯୋଗ ଶୁଣାଣି ବିଷୟରେ ଜନସାଧାରଣଙ୍କୁ ପୂର୍ବ ସୂଚାନା ଦେବା ଭୁଲି ଗଲେ ବ୍ଲକ ପ୍ରଶାସନ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ସୂଚନା ଦିଆଯାଇ ନଥିବା ବିଷୟରେ ଜନସାଧାରଣଙ୍କ ସହ ଅଭିଯୋଗ ଆଣିଲେ ଡାବୁଗାଁ ସରପଞ୍ଚ ବିନଦ ସୌରା, ପୂର୍ବରୁ ସୂଚନା ପାଇଥିଲି ଆଜି ବ୍ଲକ କାର୍ଯ୍ୟାଳୟ ଜନଶୂନ୍ୟ ହାଇନଥାନ୍ତା ବଳି ସ୍ଥାନେ ସ୍ଥାନେ ଆଲୋଚନା ମଧ୍ୟ ହେଉଛି। ଅଭିଯୋଗ ଶୁଣିବାକୁ ମାଳ ମାଳ ସାରକାରୀ ଅଧିକାରୀ ତ ଥିଲେ କିନ୍ତୁ ଅଭିଯୋଗ କରିବାକୁ ଜନତା ନଥିଲେ କହିଲେ କିଛି ଖରାପ ହେବ ନାହିଁ। ଯାହାବି ହେଉ ଆଜି ୨୨ ଟି ଅଭିଯୋଗ ମଧ୍ୟରୁ ୧୫ଟି ଅଭିଯୋଗ ବ୍ୟକ୍ତିଗତ ଏବଂ ୭ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିଲା। ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କ ସହ ଆରକ୍ଷୀ ଅଧିକାରୀ, ଡାବୁଗାଁ ବିଡ଼ିଓ, ଡାବୁଗାଁ ତହସିଲଦାରଙ୍କ ସହ ଜିଲ୍ଲାସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.