ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ହାଇସ୍କୁଲ ପଡିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ରାଜ୍ୟ ସ୍ତରୀୟ ଏକ ଦିବସୀୟ ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବେଡମିଣ୍ଟନ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୩୨ ଗୋଟି ଟିମ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ମ୍ୟାଚ ରାୟଗଡ଼ା ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡ଼ା ଟିମ ଯୋଡି ବିଜୟ ଲାଭ କରିଥିଲେ। ଟୁର୍ଣ୍ଣାମେଣ୍ଟ ରାତି ୧୨ ଟା ଯାଏଁ ଚାଲିଥିଲା। ସୋନପୁର ଓ ଭବାନୀପାଟଣା ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ସୋନପୁର ଯୋଡି ସରୋଜ ଓ ଅନିର୍ବାଣ ଚାମ୍ପିଅନ ହୋଇଥିଲେ। ରାତି ୧୨.୩୦ ରେ ଏହାର ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଯୋଗଦାନ କରି ଚାମ୍ପିଅନ ସୋନପୁର ଟିମ କୁ ଟ୍ରଫି ସହ ୮,୦୦୦ ଟଙ୍କା ଓ ଉପବିଜେତା ଭବାନୀପାଟଣା ଟିମ ଅବିନାଶ ଵାବୁ ଓ ଦେବଦତ୍ତ ବାଣୁଆ ଯୋଡି କୁ ଟ୍ରଫି ସହ ୫,୦୦୦ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ବେଷ୍ଟ୍ ପ୍ଲେୟାର ଭାବରେ ରାୟଗଡାର ଇରଫାନ୍ ଖାନ ଓ ଉତ୍ତମ ଶୃଙ୍ଖଳିତ ଟିମ ଭାବରେ ମୁନିଗୁଡା ଟିମ କୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରଯାଇଥିଲା। ନର୍ଲା ବେଡମିଣ୍ଟନ ଆସୋସିଏସନ ର ସଭପତି ରବୀନ୍ଦ୍ରନାଥ ସାହୁ, ଉପସଭାପତି ଦେବୀପ୍ରସାଦ ଦୋରା,ସମ୍ପାଦକ ସୁବୋଧ କୁମାର ମିଶ୍ର, କୋଷାଧ୍ୟକ୍ଷ ଦେବଦତ୍ତ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବେଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଡ ଅକ୍ଷୟ କୁମାର ଗୋଛାୟତ, ମୁନ୍ନା, ଛୋଟୁ, ମୋହିତ, ସ୍ଵାଧୀନ, ଦୀପନ, ଟୁକୁ, ଶିତୁ, ବାପି, ମଲକୁ, ଚିରଞ୍ଜିତ, ଶିବା, ଓମ୍, ପିଣ୍ଟୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ। ଅମ୍ପାୟାର ଭାବରେ ସୁମନ ପାଣିଗ୍ରାହି, ରୋଜାଲିନ ନାୟକ ଓ ରେଫରୀ ଭାବରେ ଦୀପକ ସାଗର କୁମାର ସମସ୍ତ ମ୍ୟାଚ ପରିଚାଳନା କରିଥିଲେ।