ଫକୀରମୋହନ ବିଶ୍ବବିଦ୍ୟାଳୟରେ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୪-୨୫ ଉଦଯାପିତ

ବାଲେଶ୍ବର ଓ ମୟୁରଭଞ୍ଜ ଜିଲ୍ଲା ମଧ୍ଯରେ ଆନ୍ତଃ-ବିଶ୍ବବିଦ୍ୟାଳୟ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଗ୍ରାମୀଣ ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୪-୨୫ ସମ୍ପ୍ରତି ଉଦଯାପିତ ହୋଇଯାଇଛି। ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ବାଲେଶ୍ବର ଜିଲ୍ଲା ପାଇଁ ,ରେମୁଣା ବ୍ଲକ ବିଜୟୀ ହୋଇଥିଲା, ଯେଉଁଥିରେ ବାଲିଆପାଳ ବ୍ଲକ ଏବଂ ବି.ଏମ କ୍ଲବ-ନିମପାଳ ପ୍ରଥମ ଓ ଦ୍ୱିତୀୟ ଉପବିଜୟୀ ହୋଇଥିଲେ।

ପରବର୍ତ୍ତୀ ଅଂଶରେ, ମୟୁରଭଞ୍ଜ ଜିଲ୍ଲାର ଆଞ୍ଚଳିକ ଫୁଟବଲ ଦଳ ଗୁଡ଼ିକୁ ନେଇ ଫୁଟବଲର ପ୍ରଚାର ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲା। ଏଥିରେ ସିଧୁ କାହ୍ନୁ ଦଳ ବିଜୟୀ ଏବଂ ଜାମବିରିଡିହା ଦଳ ଉପବିଜୟୀ ହୋଇଥିଲେ।

ଉଭୟ ଜିଲ୍ଲାର ବିଜେତା ଓ ଉପବିଜେତା ଦଳ ସହ ନକ୍ଆଉଟ୍ ମ୍ୟାଚ ଖେଳାଯାଇ ସିଧୁ କାହ୍ନୁ ଦଳ ଓ ଜାମବିରିଡିହା ଦଳ ଆନ୍ତଃ-ବିଶ୍ବବିଦ୍ୟାଳୟ ଫାଇନାଲ ମ୍ୟାଚ ଖେଳିବାକୁ ଉନ୍ନୀତ ହୋଇଥିଲେ।

ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ରେ ଜାମବିରିଡିହା ଦଳ ଚମ୍ପିୟାନ ହୋଇ ଥିଲେ ଓ ସିଧୁ କାହ୍ନୁ ଦଳ ଉପବିଜେତା ଭାବେ ସ୍ଥାନ ଅଧିକାର କରିଥିଲେ। ଉଦଯାପନୀ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତ ବିଜୟୀ ଦଳକୁ ଅର୍ଥରାଶି ସହ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ସମ୍ମାନିତ କରିଥିଲେ। ଚମ୍ପିୟାନ ଦଳ ସହ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଉପବିଜେତାଙ୍କୁ ମଧ୍ଯ ଅର୍ଥରାଶି ସହ ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର କ୍ରୀଡ଼ା ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ପବିତ୍ର ମୋହନ ନାୟକ, ଉପନିର୍ଦ୍ଦେଶକ ଡ଼କ୍ଟର ଅମିତ କୁମାର ଶର୍ମା, ପିଇଓ ସଂଗ୍ରାମ ବିଶୋଇ ଏବଂ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ। ଫକୀରମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ଗ୍ରାମାଞ୍ଚଳର ଯୁବ ଫୁଟବଲ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଓ ରାଜ୍ଯ ତଥା ଦେଶ ସ୍ତରରେ ପହଞ୍ଚାଇବାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.