ଭୂତପଡା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ କ୍ଲଷ୍ଟର ଅଧୀନରେ ଥିବା ଭୂତପଡା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ବେହେରାଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୃନ୍ଦାବାହାଲ କ୍ଲଷ୍ଟରର ସିଆରସିସି କ୍ଷିରାବ୍ଧୀ ତନୟା ମଶ୍ର ଯୋଗଦାନ କରିଥିଲେ। ଏଥିରେ ସହ ଶିକ୍ଷକ ଭାଗବତ ମାଝୀ, ପରିଚାଳନା କମିଟି ସଭାପତି ଦିଲ୍ଲୀପ ମାଝୀ, ଏବଂ ପରିଚାଳନା କମିଟି ସଦସ୍ୟ ରୁନ୍ଦ୍ରେଶ୍ବର ମାଝୀ, ଗୁରୁବାରୁ ମାଝୀ, ପଙ୍କଜ ମାଝୀ, ଗଙ୍ଗାଧର ମାଝୀ, ଭୂମିସୂତା ମାଝୀ, କୁନ୍ତଲା ମାଝୀ, ମିଥିଲା ମାଝୀ, ସମେତ ଅନେକ ମାନ୍ୟଗୁଣ୍ୟ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଭାଗବତ ମାଝୀ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିବାବେଳେ ବିଭିନ୍ନ ପ୍ରତିଯୋଗିତା ଯଥା -ଗୀତ, ନାଚ, ଗଳ୍ପ, ବକୃତା, ପୁଚି, ଚିତ୍ରାଙ୍କନ ଭଳି ଅନେକ ପ୍ରତିଯୋଗିତାରେ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.