ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨୫ ଠାରୁ ୧୪ ଏପ୍ରିଲ ୨୦୨୫ ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ରାୟଗଡ଼ା ଙ୍କ ମିଳିତ ସହଯୋଗରେ ଆଜି ଏପ୍ରିଲ ୪ ତାରିଖ ସକାଳ ୭.୩୦ମି ସମୟରେ ରାୟଗଡ଼ା ସହରରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ା ସହର ର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି । ଏଥିରେ ସ୍ଵୟଂଶାସିତ ମହାବିଦ୍ୟାଳୟ ରାୟଗଡ଼ା, ସେଞ୍ଚୁରିୟାନକଲେଜ ରାୟଗଡ଼ ସହ ସହରର ଅନେକ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଏବଂ ଜିଲ୍ଳାର ବିଭିନ୍ନ ବିଭାଗର ପଦାଧିକାରୀ ଯଥା ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ଅଧିକାରି, ଆଇ.ଟି.ଡି.ଏ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ, ନିର୍ବାହୀ ଅଧିକାରୀ ରାୟଗଡ଼ ପୌର ପରିଷଦ, ଜିଲ୍ଲା ସଂସ୍କୃତି ଅଧିକାରୀ, ବିଭାଗୀୟ ଶ୍ରମ ଆୟୁକ୍ତ, ମାନବାଧିକାର କର୍ମୀ ଏବଂ ଶକ୍ତି ଅନୁଷ୍ଠାନ ର ସଦସ୍ୟ, ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।