ସମାଜବାଦୀ ପାର୍ଟି କଳାହାଣ୍ଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲବଣୀ ରାଉତ): ଭବାନୀପାଟଣା ସ୍ଥିତ ହୋଟେଲ ଭାଗିରଥୀ ଇନ୍ ଠାରେ ସମାଜବାଦୀ ପାର୍ଟି କଳାହାଣ୍ଡି ପକ୍ଷରୁ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବଙ୍କ ନେତୃତରେ କଳାହାଣ୍ଡି ଜିଲ୍ଲପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୫ଦଫା ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ଓ ଏନଏସି ଏବଂ ମ୍ୟୁନିସିପାଲଟି ନିର୍ବାଚନରେ ପଛୁଆବର୍ଗଙ୍କୁ ୨୭% ପ୍ରତିଶତ ସ୍ଥାନ ସଂରକ୍ଷଣ, ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ଜିଲ୍ଲାଭିତ୍ତିକ ସୁନିଶ୍ଚିତ କରିବା, ବାର୍ଦ୍ଧକ୍ୟ ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ଭତ୍ତା ମାସିକ ୩୦୦୦ ଟଙ୍କା ତୁରନ୍ତ ପ୍ରଦାନ, ରାଜ୍ୟର ସମସ୍ତ ପରିବାରକୁ ମାଗଣାରେ ୩୦୦ ୟୁନିଟ ବିଦ୍ୟୁତ ଯୋଗାଇ ଦେବା, ଏନଏସି ଏବଂ ମ୍ୟୁନିସିପାଲଟି ନିର୍ବାଚନ ଇଭିଏମ ମେସିନ ବଦଳରେ ବେଲଟ୍ ପେପର ଦ୍ଵାରା କରାଯାଉ ବୋଲି ରଜ୍ୟ ସଭାପତି ଶିବ ହାତୀ ଯାଦବ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ପଛୁଆବର୍ଗ ସେଲ ସଭାପତି ଧନୁ ଗୋପାଳ, ଜିଲ୍ଲା ସଭାପତି ଜଗଦୀଶ ଯାଦବ, ସଂପାଦକ ସନ୍ତୋଷ ଭୋଇ, ଉପସଭାପତି ଶୋଭାବନ ଭାଟି ଓ ତୁଲମଣି ନାଗଙ୍କ ସହ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.