ଓଡ଼ିଆରେ ନାମ ଫଳକ ଅଭିଯାନ ନିମନ୍ତେ ପଦଯାତ୍ରା

ଓଡ଼ିଆ ଭାଷା, ସାହିତ୍ୟ ଓ ପରମ୍ପରା ସମୃଦ୍ଧି ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ, ବିନିକା ଏବଂ ତରଭା ବିଜ୍ଞାପିତ ଅଞ୍ଚଳରେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଅନୁକୁଲ୍ୟରେ ଓଡିଶା ପକ୍ଷ ପାଳନ ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା। ସୋନପୁରରେ କରାଯାଇଥିବା ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝି, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଯୋଗଦାନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ନିର୍ବାହୀ ଅଧିକାରୀ, ସୋନପୁର ପୌର ପରିଷଦ ଅଧିକାରୀ ଋଷି ମାଝୀ, ଆଞ୍ଚଳିକ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାଖା ଓ ସମସ୍ତ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା ଯୋଗ ଦେଇଥିଲେ। ସେହିପରି ବିନିକା ବିଜ୍ଞାପିତ ଅଞ୍ଚଳରେ କରାଯାଇଥିବା ସଚେତନତା ପଦଯାତ୍ରାରେ ମୁଖ୍ୟ ଅତିଥି ଭାବରେ ବିନିକା ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଭୁଏ, ନିର୍ବାହୀ ଅଧିକାରୀ, ବିନିକା ତଥା ବ୍ଲକ ଉନ୍ନୟନ ଅଧିକାରୀ, ବିନିକା ମଣ୍ଟୁ ଖମାରି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ତାଙ୍କ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ବାଙ୍କା ବିହାରୀ ମହଲା, ବଲ୍ଲଭ ନାଗଙ୍କ ସହିତ ବିଭିନ୍ନ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା ଯଥା ସୂର୍ଯ୍ୟକାନ୍ତ ରାଉଳ, ମୁରଲୀଧର ସାହୁ, ରମେଶ ନନ୍ଦ ଓ ଦେବରାଜ ବେହେରାଙ୍କ ସମେତ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ମାନେ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହୋଇ ଏହି ପଦଯାତ୍ରାକୁ ସଫଳ କରିଥିଲେ। ଏଥି ସହିତ ତରଭା ଠାରେ ଅନୁଷ୍ଠିତ ହୋଇଥିବା ସଚେତନତା ପଦଯାତ୍ରା ସ୍ପିନିତା କୁମାରୀ ଦେବୀ ଙ୍କ ଅଧ୍ୟକ୍ଷତାରେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଶ୍ରମ କାର୍ଯ୍ୟାଳୟର ମଙ୍ଗଳ ଅଧିକାରୀ ଅନିତା ନାଗ, ନାରାୟଣ ବିଶି ଙ୍କ ସହିତ ଅନ୍ୟାନ୍ୟ ଟ୍ରେଡ଼ ୟୁନିଅନ ର କର୍ମକର୍ତ୍ତା ଯଥା କୁଶଳେଶ୍ୱର ସୁନା, ତ୍ରିନାଥ ସୁନା, ରଶ୍ମିତା ପଧାନ, ଅରୁଣ ବାଦି ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ଭାବରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.