ହଜାରୀପଡାରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡା ଗ୍ରାମରେ ଶ୍ରୀ ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ଏହି ପବିତ୍ର ରାମନବମୀ ପୂଜାଟି ୧୯୭୫ ମସିହାରୁ ଚାଲିଥିବାବେଳେ ପ୍ରତେକ ବର୍ଷ ଶ୍ରୀ ରମା ନବମୀ ଦିନରେ ହଜାରୀପଡା ଶ୍ରୀ ରାମମନ୍ଦିର ଠାରୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାପ୍ରଭୁଙ୍କୁ ବରଣ କରି ଗ୍ରାମର ସମସ୍ତ ଇଷ୍ଟ ଦେବା ଦେଵୀ ଙ୍କୁ ପୂଜା ଅର୍ଚ୍ଚନା କରି ନିଜ ସ୍ଥାନ କୁ ଫେରିବା ବେଳେ ଗାଁ ର ପ୍ରବେଶ ଦ୍ୱାର ରେ ବରଣ କରି ଆଣିଥିବ ଶ୍ରୀ ରାମ ମହାପ୍ରଭୁ ଙ୍କ ରାଜ ଅଭିଷେକ ପ୍ରତିଛବି ଉପରେ ଗ୍ରାମର ସମସ୍ତ ମହିଳା ମାନେ ପୂଜା ଅର୍ଚ୍ଚନା କରି ବାନ୍ଦାପନା କରିଥାନ୍ତି । ଶ୍ରୀ ରାମନବମୀ ପୂଜାଟି ଦୀର୍ଘ ଚଉଦ ଦିନ ପର୍ଯ୍ୟନ୍ତ ଚାଲିଥିବା ବେଳେ ପ୍ରତେକ ଦିନ ନାଟକ ପରିବେଷଣ କରି ପୂଜା ଟିକୁ ଉଦଯାପିତ କରାଯାଉଥିବା ବେଳେ l ଉକ୍ତ ପୂଜାର ପୂଜକ ଭାବେ ଶ୍ରୀ ବୁଲୁ ଦାଶ ଥିବାବେଳେ କର୍ତ୍ତା ଭାବରେ ଶ୍ରୀ କୈଳାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୁମୁଦିନୀ ସାହୁ ଥିବାବେଳେ ରାମନବମୀ କମିଟି ର ସଭାପତି ଶ୍ରୀଯୁକ୍ତ ସୋମନାଥ ସାହୁ, ଉପସଭାପତି ଶ୍ରୀ ସୁଶାନ୍ତ ସାହୁ, ସମ୍ପାଦକ ଶ୍ରୀ ତ୍ରିଲୋଚନ ସାହୁ, ସହ ସମ୍ପାଦକ ଶ୍ରୀ ଜଗନ୍ନାଥ ସାହୁ, କୋଷାଧକ୍ଷ ଶ୍ରୀ ଡମ୍ବରୁଧର ସାହୁ ସମେତ ହଜାରୀପଡ଼ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦଙ୍କ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.