ଖପ୍ରାଖୋଲା ବ୍ଲକ ସ୍ତରୟ ଯାଦବ ସମାଜ ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ଯାଦବ ମହାସଭା ସଭାପତି ତଥା ମାନ୍ୟବର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନିର୍ଦ୍ଦେଶାନୂକ୍ରମେ ହରିଶଙ୍କର ପୀଠର ମାଁ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଖପ୍ରାଖୋଲ ବ୍ଳକ ସ୍ତରୀୟ ଯାଦବ ସମାଜ ଦ୍ଵାରା ଏକ ବୈଠକ ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ନୂତନ ଭାବେ ମନୋନୀତ ହୋଇଥିବା ଖପ୍ରାଖୋଲ ବ୍ଲକ ସଭାପତି ନିମାଇଁ ଚରଣ ନାଗ ସଭାପତିତ୍ବ କରିଥିଲେ। ଏହି ସଭାରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ଯାଦବ ମହାସଭା ବଲାଙ୍ଗୀରର ସାଙ୍ଗଠନିକ ସମ୍ପାଦକ ଦିଲୀପ ଖର୍ସେଲ, ଉପ ସଭାପତି ବାଳକୃଷ୍ଣ ଷାଣ୍ଢ, ସମ୍ପାଦକ ଖୁସିରାମ ଦୀପଙ୍କ ସମେତ ସମ୍ମାନିତ ଅତିଥି ଭାବେ ପୌରାଞ୍ଚଳ ଯାଦବ ମହାସଭା ବଲାଙ୍ଗୀର ସଭାପତି ସନ୍ଦୀପ ବାଗ, ଉପସଭାପତି ସରୋଜ ଗହୀର, ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାପତି ଯୌତୁକ ଘିବେଲା ଯୋଗଦାନ କରିଥିଲେ। ସଭାରେ ଖପ୍ରାଖୋଲ ବ୍ଳକ ଯାଦବ ସମାଜର ପୂର୍ବତନ ସଭାପତି କିଶୋର ବିଶି, ଉପସଭାପତି ତେଜୁରାମ ବାଗ, ସମ୍ପାଦକ ଲଳିତ ଶଗଡିଆ ସହସମ୍ପାଦକ ଶିବ ଛତର, କୋଷାଧ୍ୟକ୍ଷ ଛବିଲାଲ ଛତର ଓ ବ୍ଲକର ଅନେକ କର୍ମକର୍ତ୍ତା ଯୋଗଦାନ କରିଥିଲେ। ଆଗାମୀ ଦିନରେ ଯାଦବ ସଂଗଠନକୁ ତୃଣମୂଳ ସ୍ତରରେ କିପରି ଭାବରେ ମଜବୁତ୍ କରାଯିବ ସେ ପ୍ରତି ଆଲୋଚନା କରାଯିବା ସହିତ ନବ ମନୋନୀତ ସଭାପତି, ସମ୍ପାଦକ ଓ କର୍ଯ୍ୟକାରୀ କମିଟୀକୁ ଜିଲ୍ଲା କମିଟି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.