ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵଚ୍ଛତା ଅଭିଯାନ

ଦେବାଳୟ ସଫେଇ କଲେ ଏଡିଏମ୍, ପୌର ଅଧିକାରୀ ଓ ସ୍ୱେଚ୍ଛାସେବୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଠାରେ ଓଡ଼ିଆ ପକ୍ଷ ପାଳନର ଷଷ୍ଠ ଦିବସରେ ସହରର ପବିତ୍ର ଦେବାଳୟ ଓ ଐତିହ ପୀଠ ଗୁଡିକୁ ସର୍ବଦା ସ୍ୱଚ୍ଛ ସୁନ୍ଦର ରଖିବାକୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ସକାଳ ୬ ଘଟିକା ସମୟରେ ଐତିହ ପବିତ୍ର ପୀଠ ଶ୍ରୀ ସୁବର୍ଣ୍ଣ ମେରୁ ଓ ଶ୍ରୀ ରାମେଶ୍ବରରେ ସ୍ଵଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଦର ମହକୁମା ସ୍ଥିତ ଏହି ଉଭୟ ପବିତ୍ର ଶୈବ ପୀଠ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ, ପୌର ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀ ଋଷି ମାଝୀ ଝାଡୁ, କୋଦାଳ, ଟୋକେଇ ଧରି ପ୍ରତ୍ୟକ୍ଷ ସାମିଲ ପୂର୍ବକ ସଫେଇ କରି ସମଗ୍ର ଜିଲ୍ଲା ଓ ରାଜ୍ୟକୁ ସ୍ଵଚ୍ଛତା ସଚେତନତାର ବାର୍ତ୍ତା ପହଞ୍ଚାଇଛନ୍ତି। ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସଙ୍କ ପରାମର୍ଶରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଅଞଳିନା ପଧାନ ଙ୍କ ସମେତ ପୌର ଅଧିକାରୀ, ଆସିଷ୍ଟାଣ୍ଟ କଲେକ୍ଟର ରମେଶ ଚନ୍ଦ୍ର ଗୋଛି, ଡିପିଓ ଅର୍ଜ୍ଜୁନ ମାଝୀ, ପୌର ପରିଷଦ ଏମଇ, ଏଇ.କାହୁଁ ଚରଣ ସ୍ବାଇଁ, ଜେଇ. ତରୁଣ ମୁର୍ମୁ, ପର୍ଯ୍ୟଟନ ବିଭାଗ ଅଧିକାରୀ ସହଦେବ ମେହେର, ପୌର ପରିଷଦ କାଉନସିଲର କଇରୁ ସ୍ବାଇଁ, ଗଙ୍ଗା ତରିଆ, ସାନିଟାରୀ ଏକ୍ସପର୍ଟ ଅଜୟ ସ୍ବାଇଁ, ସୌଦାମିନୀ କୁମ୍ଭାର, ସ୍ବଚ୍ଛ ଭାରତ ସଙ୍ଗଠନ ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତ, ଲଡୁ କିଶୋର ମଲ୍ଲିକଙ୍କ ସମେତ ସମସ୍ତ ସ୍ବେଚ୍ଛାସେବୀ, ଦିବ୍ୟ ଉର୍ଯ୍ୟା ଯୋଗ ସମିତିର ସଂଯୋଜକ ମନୋଜ ପଣ୍ଡା, ରବୀନ୍ଦ୍ର ଜେନା ଓ ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ର ସମସ୍ତ କର୍ମଚାରୀ , ବୁଦ୍ଧିଜୀବି, ମିଡିଆ ଓ ସ୍ୱେଚ୍ଛାସେବୀ ଯୋଗ ଦେଇ ସହର ଓ ଦେବାଳୟ ଗୁଡ଼ିକୁ ସ୍ୱଚ୍ଛ ସୁନ୍ଦର ରଖିବାକୁ ସଂକଳ୍ପ ନେଇଥିଲେ। ଦିବସ ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ ନିଜ ନିଜ ସ୍ତରରେ ଜିଲ୍ଲାକୁ ସ୍ୱଚ୍ଛ ଓ ପରିଷ୍କାର ତଥା ସୁନ୍ଦର ରଖିବା ନିମନ୍ତେ ସ୍ଵେଛାକୃତ ଭାବେ ନିଜର ଯଦ କିଂଚିତ ଅବଦାନକୁ ସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି। ଅନୁଷ୍ଠିତ ଏହି ଦିବ୍ୟ ପବିତ୍ର କାର୍ଯ୍ୟକ୍ରମକୁ ପୌର ପରିଷଦ ଅଧିକାରୀ ଋଷି ମାଝୀ କାର୍ଯ୍ଯକ୍ରମ ସଂଯୋଜନା କରିଥିବା ବେଳେ ସ୍ୱଚ୍ଛ ଭାରତ ସଂଗଠନର ଉପଦେଷ୍ଟା ପ୍ରମୋଦ କୁମାର ସାହୁ, ସଂଯୋଜକ ମନୋରଞ୍ଜନ ତ୍ରୀପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.