୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ୩୦ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସ କେମ୍ପୋରୀ ୨୦୨୪-୨୫ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁର ଠାରେ ଉଦଘାଟିତ ହୋଇଯାଇଛି।

Omkar Vasthu
Omkar Vasthu

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜିଲ୍ଲା ମୁଖ୍ୟ କମିଶନର ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ, ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜିଲ୍ଲା ସଭାପତି ଶାନ୍ତନୁ କୁମାର ବେହେରା, ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଜାତୀୟ ପ୍ରଶିକ୍ଷକ ତ୍ରିନାଥ ଠାକୁର,

Pearl dental clinic
Near Ashish Medical Store, Bhawanipatna

ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜିଲ୍ଲା କେମ୍ପୋରୀ ଆବାହକ ଆଚାରୀ ଶବର, ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସମ୍ପାଦକ ରୂପସିଂହ ରାଉତ, ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସାଂଗଠାନିକ ସମ୍ପାଦକ ସୁଶୀଳ କୁମାର ବିଶ୍ଵାଳ ପ୍ରମୁଖ ଯୋଗଦେଇ ମାର୍ଗଦର୍ଶନ କରିଥିଲେ।

Udyog Nursery
Udyogi Nursery

ଶିକ୍ଷକ ପ୍ରଭାତ କୁମାର ରଥ ଅତିଥି ପରିଚୟ ଓ ସଂଯୋଜନା କରିଥିବା ବେଳେ ଶିକ୍ଷକ ବିଷ୍ଣୁ ଚରଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ଆୟୋଜନରେ ସନାତନ ସାହୁ, ଧୀରେନ୍ଦ୍ର ପଣ୍ଡା, ମନୋରଞ୍ଜନ ସାହୁ, ପ୍ରଦୀପ ନେଗୀ, ପ୍ରକାଶ ମିଶ୍ର, କମଳାକାନ୍ତ ରଣା, ରାଜୁ ସାହୁ, ଗୋରେଖ ଚନ୍ଦ୍ର ସାହୁ, ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.