ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହେଲା ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ ବିଶାଳ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା (NSS Unit) ଏବଂ ‘ରୋଟାରି କ୍ଲବ ଅନ୍ ସି’ର ସହଯୋଗରେ ସଫଳତାର ସହିତ ଅନୁଷ୍ଠିତ ହୋଇଥିଲା।

ଏହି ଶିବିରକୁ ବାଲେଶ୍ୱର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ। ସେଠାରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସୁଧାକର ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଘୋଷ ରକ୍ତଦାନକାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଏହି ରକ୍ତଦାନ ଶିବିରର ପୂର୍ବରୁ ୫ ଏପ୍ରିଲରେ ଏକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶିବିରର ଦିନ ଉଚ୍ଚଶିକ୍ଷା ନିର୍ଦ୍ଦେଶlଳୟ ବାଲେଶ୍ୱର ଜୋନର ଉପ ନିର୍ଦେଶକ କୈଳାଶ ଚନ୍ଦ୍ର ମିଶ୍ର ବିଶେଷ ଭାବେ ଶିବିରକୁ ପରିଦର୍ଶନ କରି ଅଭିନନ୍ଦନ ଜଣାଇଥିଲେ। ବାଲେଶ୍ୱର ରକ୍ତ ଭଣ୍ଡାର ପକ୍ଷରୁ ଡ଼. ବସନ୍ତ ଉପାଧ୍ୟାୟ ଓ ତାଙ୍କ ସହଯୋଗୀମାନେ ଏହି ଶିବିରକୁ ସଫଳତାର ସହିତ ପରିଚାଳନା କରିଥିଲେ।

ଏହି ଶିବିରରେ ମୋଟ ୧୧୮ ଇଉନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନକାରୀ ମଧ୍ୟରୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ୧୮ ଜଣ, ବଳିଙ୍ଗି ସ୍ନାତକ ମହାବିଦ୍ୟାଳୟର ୮ ଜଣ, କେ.କେ.ଏସ. ମହାବିଦ୍ୟାଳୟର ୨ ଜଣ ଏବଂ ରେମୁଣା ସ୍ନାତକ ମହାବିଦ୍ୟାଳୟର ୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଶିବିର ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ସମୀର କୁମାର ସାହୁ, ଡ଼. ଶାଶ୍ୱତୀ ଜେନା , ସହ ଅଧିକାରୀ ଡ଼ ନିଲମ ସ୍ୱାଇଁ,ଏବଂ ଗୟାଧର ମଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.