ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲାର ମୁଖଶାଳା କୁହାଯାଉଥିବା ନର୍ଲାରୋଡ ଷ୍ଟେସନ ରାସ୍ତାର ଶୁଭ ଉଦ୍ଘାଟନ କରିଛନ୍ତି ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ।
ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି ଅବହେଳିତ ଭାବରେ ରହିଥିଲା ରେଳ ଷ୍ଟେସନକୁ ପିଡବ୍ଲୁଡି ରାସ୍ତା ସହ ସଂଯୋଗ କରୁଥିବଘ୍ମେଳ ଷ୍ଟେସନ ରାସ୍ତା କଚ୍ଚା ମାଟିରାସ୍ତା ରହିଥିବାରୁ ଅଳ୍ପ ବର୍ଷାହେଲେ ଏହା କାଦୁଅ ପଚପଚ ହୋଇ ମରଣ ଯନ୍ତା ସାଜୁଥିଲା ।
ରେଳ ଷ୍ଟେସନ ରହିଥିବାରୁ ଏଠାକୁ ଅନେକ ଯାତ୍ରୀଙ୍କ ଯିବା ଆସିବା ରହିଥିଲା । ଏହି ଅପନ୍ତରିଆ ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲୁଥିଲା ଯାତ୍ରୀବାହୀ ଅଟୋରିକ୍ସା ଗୁଡିକ । ଲୋକଙ୍କ ଅନେକ ଦିନର ଦାବୀ ରହିଥିଲା ନର୍ଲାର ମୁଖଶାଳା କୁହାଯାଉଥିବା ଷ୍ଟେସନ ରାସ୍ତାର ନିର୍ମାଣ ପାଇଁ । ଶେଷରେ ସର୍ଗିଗୁଡା ସରପଞ୍ଚ ଦୀପାଞ୍ଜଳି ବୁଦ୍ଧିଆଙ୍କ ପ୍ରଚେଷ୍ଟା ଏବଂ ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ସହଯୋଗ ଫଳରେ ନର୍ଲାରୋଡ ଷ୍ଟେସନ ରାସ୍ତା ନିର୍ମିତ ହୋଇପାରିଲା ।
୬ ଲକ୍ଷ ଟଙ୍କା ସମିତି ପାଣ୍ଠିରେ ଫେବର ବ୍ଲକ ରାସ୍ତାଟିର ଫିତାକାଟି, ଦୀପଜାଳି ଶୁଭ ଉଦ୍ଘାଟନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି । ଏହାବାଦ ଷ୍ଟେସନ ଛକରେ ସମିତି ଫାଣ୍ଠିରୁ ଦିଆଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ହାଇମାକ୍ସ ଲାଇଟକୁ ମଧ୍ୟ ଫିତାକାଟି ସ୍ୱିଚ ମାରି ଶୁଭ ଉଦ୍ଘାଟନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ।
ଏହି ଉଦ୍ଘାଟନୀ ସମାରୋହରେ ସର୍ଗିଗୁଡା ସରପଞ୍ଚଙ୍କ ପ୍ରତିନିଧି ବିଜୟ ବୁଦ୍ଧିଆ, ଯୁବନେତା ରାଜା ପରିଡା, ବିନାୟକ ମହନ୍ତ, ରାସ୍ତାକାମ କରିଥିବା ବାବୁଧର ବୁଦ୍ଧିଆ, ଗଙ୍ଗାଧର ବୁଦ୍ଧିଆ, ବରିଷ୍ଟ ନାଗରିକ ନନ୍ଦକିଶୋର ଜେନା, ଟୁଲୁ ଓଝା, ଶରତ ନାଏକ, ପୂର୍ବତନ ସରପଞ୍ଚ ନରସିଂହ କୁମାର, ବିଜୟ ଭୋଇ, ନାରାୟଣ ମାଝୀ, ବୁଲୁ ମିଶ୍ର, ବିଶ୍ୱାମିତ୍ର ସାହୁ, ଫକୀର ପୁଟେଲ, ଅମୀତ ଝା, ରବି ସାମଲ, ରବି ପଧାନ, ମୁନ୍ନା ପଧାନ, ଅନୀଲ ଅଗ୍ରୱାଲାଙ୍କ ସମେତ ଅନେକ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।
ଲୋକଙ୍କ ଅନେକ ଦିନର ସ୍ୱପ୍ନ ପୁରଣ ହୋଇଥିବାରୁ ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଓ ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ବୁଦ୍ଧିଆଙ୍କୁ ଲୋକେ ଧନ୍ୟବାଦ ଜ୍ଞାପନ କରିଥିଲେ ।