ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହି ଟିଏ କିଣିବା ଅଭିଯାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସଂସ୍କୃତି ପରମ୍ପରା ର ମହାନ ପର୍ବ ଓଡିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ସାହିତ୍ୟ ପୁସ୍ତକ ତଥା ଲେଖକ ଲେଖିକାଙ୍କୁ ଉତ୍ସାହିତ ସହ ପ୍ରୋତ୍ସାହିତ କରିବା ପାଇଁ ‘ଆସ ବହି ଟିଏ କିଣିବା ଅଭିଯାନ’ ପାଳନ କରଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ଏବଂ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମିଳିତ ଆନୁକୁଲ୍ୟରେ ସୋନପୁର ସୁପ୍ରିୟା ଟ୍ରେଡିଂ ହାଉସ ଓ ଲକି ବୁକ୍ ଏମ୍ପୋରିୟମ୍ ଠାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବହି କିଣିବାର ଶୁଭାରମ୍ଭ କରିଥିଲେ। ପ୍ରତ୍ୟେକ ନିଜ ନିଜର ସାଧ୍ୟ ମୁତାବକ ବହି କିଣି ଓଡ଼ିଆ ସାହିତ୍ୟ ପୁସ୍ତକ ପଠନର ଅଭ୍ୟାସ ଜାରି ରଖି ଓଡ଼ିଆ ସାହିତ୍ୟ ସଂସ୍କୃତିକୁ ପାରିପୃଷ୍ଟ କରିବା ପାଇଁ ଉପସ୍ଥିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ ଯୋଗ ଦେଇ ଓଡ଼ିଆ ବହି କିଣିବା ସହ ପୁସ୍ତକ ପଠନ ଅଭ୍ୟାସକୁ ଜାରି ରଖିବାକୁ ସ୍କୁଲ୍ କଲେଜ୍ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହା ବିଦ୍ୟାଳୟ , ସୋନପୁର କଲେଜ, ପଦ୍ମିନୀ ଦେବୀ କଲେଜ୍ ଓ କୋଶଳ ଆବାସିକ ବିଦ୍ୟାଳୟ ଓ ପାଖ ଆଖ ଗ୍ରମାଞ୍ଚଳର ବିଭିନ୍ନ ସ୍କୁଲ୍ କଲେଜର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ନିଜ ରୁଚି ତଥା ସାଧ୍ୟମତେ ସମସ୍ତେ ଗୋଟେ ଗୋଟେ ଓଡ଼ିଆ ପୁସ୍ତକ କିଣି ନିଜର ଆଗ୍ରହ ବଢାଇବା ସହ ପୁସ୍ତକାଳୟ ଗୁଡିକରେ ଉପସ୍ଥିତ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ସଂଯୋଜନାରେ ଅଧ୍ୟାପକ ମଦନ ସୁନ୍ଦର ଖେତି, ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ, ଲକି ବୁକ୍ ଏମ୍ପୋରିୟମ୍ ପ୍ରୋପାଇଟର ବିଶ୍ଵନାଥ ମିଶ୍ର, ସଂସ୍କୃତି ବିଭାଗର କର୍ମଚାରୀ କାହ୍ନୁ ଚରଣ ମେହେର ଓ ଦିବସ ଦେହୁରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.