ଲଉଡି ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଟକ: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଉତାରାଣ ପଞ୍ଚାୟତ ସ୍ଥିତ ମା ଅମ୍ବିକା ବା’ବଜା ଲଉଡି ସଂଘ ଦ୍ଵାରା ଆୟୋଜିତ ପ୍ରଥମ ବାର୍ଷିକ ଲଉଡି ପ୍ରତିଯୋଗିତା “ମା ଅମ୍ବିକା ଦେବୀଙ୍କ ମନ୍ଦିର” ପ୍ରାଙ୍ଗଣରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା ଉପସ୍ଥିତ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମୋହନ କାନୁନଗୋ, ଅଜୟ ମହାପାତ୍ର, ବାବାଜୀ ରତ୍ନାକର ଦାସ ମହାପାତ୍ର, ପ୍ରଦ୍ୟୁମ୍ନ ବେହେରା, ଆବାହକ ଧର୍ମାନନ୍ଦ ବେହେରା, ଅନୁଷ୍ଠାନର ସଭାପତି ଶୁକଦେବ ବେହେରା, ସମ୍ପାଦକ ସଂଜିପ କୁମାର ବେହେରା, କୋଷାଧ୍ୟକ୍ଷ ଅମିୟ ବେହେରା ଓ ବିଚାରକ ଭାବେ ଶିଶୋ ଯାଦବ ସଙ୍ଗ ସଭାପତି ରାଧାକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନୀୟ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ମହୋତ୍ସବରେ ମୋଟ ୧୦ଗୋଟି ଲଉଡି ଗ୍ରୁପ ଯଥା ବା’ବଜା, ବାରେଡ଼ିଆ, ଫିରଫିରା, ଧାନମଣ୍ଡଳ, କସରଦା, ବୋତାଖାଲ, ବାବା ଶନିଶ୍ୱର ଭୁବନେଶ୍ୱର, ୭୨ମୌଜା ସ୍ଥିତ ରହମ୍ବା, ବାଲିଜଳା ଓ ଏରଂଚ ଲଉଡି ଗ୍ରୁପ ସେମାନଙ୍କର ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ଲଉଡି ଗୁରୁ ଓ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତା ଖେଳ ଶେଷରେ ବାରେଡିଆ ଲଉଡି ଗ୍ରୁପ ପ୍ରଥମ, ବୋତାଖାଲ ଲଉଡି ଗ୍ରୁପ ଦ୍ୱିତୀୟ, ଫିରଫିରା ଓ ବାବା ଶନିଶ୍ୱର ଲଉଡି ଗ୍ରୁପଙ୍କୁ ତୃତୀୟ ଭାବେ ଘୋଷଣା କରାଯାଇ ପୁରସ୍କୃତ କରାଯାଇଥିଲା। ଧରଣୀଧର ବେହେରା ଧନ୍ୟବାଦ୍ ପ୍ରଦାନ କରିଥିବା ବେଳେ ଅଭିମନ୍ୟୁ ବେହେରା, ଅଜୟ ବେହେରା, ସିପୁ, ଲିପୁ, ବୁଲା, କାଳୁ, ରିଙ୍କୁ, ଚନ୍ଦନ, ହାପି, କାନ୍ନା, ସୋମୁ, ଶିବୁ, ଇଲୁ, ରାଜା, ବାପୁନା, ଓମ୍, ଶୋମ, ଇଣ୍ଟୁ, ଲିଟୁ, ଡାଙ୍ଗୁ, କରୁଣା, ନାଣ୍ଡୁ, ବାଙ୍ଗୁ, ପପୁ, ସୁଧୀର ଓ ଉମା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.