ସିଏମ୍ ଟ୍ରଫି ଜିଲ୍ଲାସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତା ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ସି.ଏମ୍.ଟ୍ରଫି ନିମନ୍ତେ ଆଜି ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଉଦଯାପନ ହୋଇଯାଇଛି। ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଫୁଟବଲ୍ ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନି ପ୍ରତିଯୋଗିତାରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା, ଓଡ଼ିଶା ତୃତୀୟ ବାଟାଲିୟନ ଦୁର୍ଗପତୀ ଶ୍ରୀ ଅଶୋକ କୁମାର ମହାନ୍ତି, ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କମଳ କାନ୍ତ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ, ଶ୍ରୀ ଏସ.ବାଲାରାଜୁ ଜିଲ୍ଲାପରିଷଦ ସଭ୍ୟା ଗୋସାଣୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ପ୍ରତିଯୋଗିତା ସାତ ଦିନ ଧରି ସୂଚାରୁ ରୁପେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୮ଟି କ୍ଲବର ୧୫ ବର୍ଷରୁ କମ ବୟସର ଛାତ୍ରମାନେ ୧୭୬ରୁ ଉର୍ଦ୍ଧ୍ବ ଯୋଗ ଦେଇଥିଲେ। ଆଜିର ଏହି ପ୍ରତିଯୋଗିତାରେ ଯିବା ଟାଇଗର ଗୁମ୍ମା ଦଳ ବିଜେତା ହୋଇଥିବା ବେଳେ ନୂଆଗଡ ଫାଇଟର ରନର୍ସ ହୋଇଥିଲେ। ଦୁଇ ଦଳକୁ ସି.ଏମ. ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା। ସେହିପରି ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଓ କୋଚ୍ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ଧୀରେନ୍ଦ୍ର ସାମଲ, ଶ୍ରୀ ସନ୍ତୋଷ ପଟ୍ଟନାୟକ, ଶ୍ରୀ ଶିବରାମ ଭୂୟାଁ, ଜ୍ୟୋସ୍ନା ରଇତ, ରେଖାରାଣୀ ଦେଓ, ବର୍ଷିତା ପଟ୍ଟନାୟକ, ପ୍ରିୟ ଦର୍ଶୀ ମିଶ୍ର, କେବି ରେଡ୍ଡୀ ଓ କିଶୋର ସାମଲ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.