ବୁର୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ପଣା ବଣ୍ଟନ

ଓଡ଼ିଆ ବାର୍ତ୍ତା/ ବୁର୍ଲା: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜନ୍ମୋତ୍ସୋବ ଉପଲକ୍ଷେ ବୁର୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ପେଟ୍ରୋଲ ପମ୍ପ ଛକ ନିକଟରେ ପଣା ଏବଂ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ୫ରୁ ଆରମ୍ଭ ହୋଇ ଏହା ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା l ଶତାଧିକ ସାଧାରଣ ଜନତା ଏହାକୁ ଉପଭୋଗ କରିଥିଲେ l ବରିଷ୍ଠ କର୍ମକର୍ତ୍ତା ଯୁଧିଷ୍ଠିର ପତି, ଇଂ ଦୀନଦୟାଲ ଶର୍ମା, ସୁରେଶ ପଣ୍ଡା, ଡାକ୍ତର ବ୍ରଜମୋହନ ମିଶ୍ର, ଗୋପାଳ ଶତପଥି, ସୁନୀଲ ଆଚାର୍ଯ୍ୟ, ହରି ପଣ୍ଡା, ଅନିଲ ଦେବତା, ଦେବାଶିଷ ନନ୍ଦ, ଜୟନ୍ତ ସାହୁ, ଅରୁଣ ପାଢୀ, ନୟନ ନାୟକ, ସୁଧାଂଶୁ ଦାଶ, ଆଶୁତୋଷ ବିଶି, ଚଣ୍ଡି ଦାଶ, ପ୍ରମୋଦ ଦାଶ, ଅଶ୍ୱିନୀ ଆଚାର୍ଯ୍ୟ, ଇଂ ମିଶ୍ର ସମେତ ବହୁ ସଂଖ୍ଯାରେ ବ୍ରାହ୍ମଣ ସମାଜର ସଦସ୍ୟ ଉପସ୍ଥିତ ଥିଲେ l ଅନ୍ୟପକ୍ଷରେ ପର୍ଶୁରାମ ଜନ୍ମୋତ୍ସୋବ ଉପଲକ୍ଷେ ଆସନ୍ତା ଅପ୍ରେଲ ୩୦ରେ ଏକ ଭବ୍ୟ ଶୋଭଯାତ୍ରା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି l ବୁର୍ଲା ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ବ୍ରାହ୍ମଣ ପରିବାର ଏହି କାର୍ଯ୍ୟକ୍ରମରେ ଯୋଗଦାନ ସକାଶେ ବୁର୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ନିବେଦନ କରାଯାଇଛି l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.