ଭିଆଇପି ଛକରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ଗଣ୍ଡପତ୍ରାପାଳଲି ଗ୍ରାମପଂଚାୟତ ଭିଆଇପି ଛକ ହନୁମାନଙ୍କ ଜୟ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ପୂଜା କର୍ତ୍ତା ଭାବରେ ପଞ୍ଚା ବଗର୍ତ୍ତି ଯାଦବ ଓ ତାଙ୍କ ଧର୍ମପନ୍ଥୀ ଅନିତା ବଗର୍ତ୍ତି ଯାଦବ ଦାୟିତ୍ୱ ନେଇଥିଲେ । ପ୍ରଥମେ ସକାଳ ୮ଘ.୩୦ମିନିଟ ରେ ଗାୟତ୍ରୀ ମନ୍ତ୍ର ରେ ପୂଜାର୍ଚ୍ଚନା କରାଗଲା ଏବଂ ହନୁମାନ ଭଗବାନଙ୍କ ପୂଜା ହେଲା । ପୂଜକ ଅଜୁ ମିଶ୍ର ହନୁମାନ ମନ୍ଦିର ପ୍ରାଙ୍ଗଣରେ ହୋମ ଯଜ୍ଞ କରିଥିଲେ । ମନ୍ଦିର ପରିଚାଳନା କମିଟି ସଭାପତି ମୁକେଶ ବେହେରା ଓ ଦିଲୀପ ପଟନାୟକ ପୀତବାସ ପାଣିଗ୍ରାହୀ ରମେଶ ସଂହା ଟୁଟୁଆ ମହାପାତ୍ର ଅନେକ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ । ଗଣ୍ଡପତ୍ରାପାଲି ଦୁର୍ଗା ମଣ୍ଡପ ରୁ ଏକ ବିଶାଲ ଶୋଭାଯାତ୍ରା ବାହାରି ବିଭିନ୍ନ ଗାଁ କୁ ପରିଭ୍ରମଣ କରିବା ପରେ ଭି ଆଇ ପି ଛକ ସ୍ଥିତ ହନୁମାନ ମନ୍ଦିର କୁ ଶୋଭାଯାତ୍ରା ପହଞ୍ଚି ଥିଲା ସେ ମନ୍ଦିର କୁ ଆସିଥ‌ିବା ଭକ୍ତ ମାନଙ୍କ ପାଇଁ ବେଲପଣା ଓ ଅନ୍ନ ପ୍ରସାଦର ବ୍ୟବସ୍ଥା କମିଟି ତରଫ ରୁ କରାଯାଇଥିଲା । ଆଖପାଖ ଗାଁ ର ଅନେକ ଲୋକମାନେ ମଧ୍ୟ ଆସିଥିଲେ । ସେମାନଙ୍କ ମଧ୍ୟରେ ଆଖ ପାଖର ସମସ୍ତ ବଜରଙ୍ଗ ଦଳ ଉପସ୍ଥିତ ରହିଥିଲେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପୂଜା ଶେଷ ରେ ପଣା ଏବଂ ଅନ୍ନ ସମସ୍ତଙ୍କୁ ବାଣ୍ଟିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.