ସୋନପୁରରେ ଜିଲ୍ଲା ସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ପାଳନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ଟାଉନ ହଲ ଠାରେ “ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ” ଅବସରରେ ଜିଲ୍ଲା ସ୍ତରୀୟ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଆୟୋଜିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ବ ରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ ହୃଷୀକେଶ ଦାସ ଓ ସୁବର୍ଣ୍ଣପୁର ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ସୁନିଲ କୁମାର ଉତ୍ତର ସିଂ ମହାପାତ୍ର ଏବଂ ମୁଖ୍ୟବକ୍ତା ଭାବରେ ଡ଼ା ସରୋଜ କୁମାର ସାହୁ, ସାଧାରଣ ପରିଚାଳକ, ସମଲେଶ୍ଵରୀ ଆଞ୍ଚଳିକ ଦୁଗ୍ଧ ସଂଘ ଯୋଗ ଦେଇଥିଲେ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ୫ ଜଣ ମହିଳା ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରେ ବିଶେଶ୍ୱରୀ ଦୀପ, ସୋନପୁର ଙ୍କୁ ଡାଇରୀ, ସସ୍ମିତାରାଣୀ ଗେଜ, ତରଭାଙ୍କୁ ୧୫୦୦୦ କ୍ଷମତା ବିଶିଷ୍ଟ ବ୍ରୟଲର ଫାର୍ମ, ମୋନାଲିସା ଗୁରୁ, ସୋନପୁର ବ୍ଲକଙ୍କୁ ୪୬୦୦୦ କ୍ଷମତା ବିଶିଷ୍ଟ ପରିବେଶ ନିୟନ୍ତ୍ରିତ ବ୍ରୟଲର ଫାର୍ମ, ଅଞ୍ଜଳି ସାହୁଙ୍କୁ ୧୨୦୦୦ କ୍ଷମତା ବିଶିଷ୍ଟ ବ୍ରୟଲର ଫାର୍ମ ଏବଂ ପ୍ରେମଶୀଲା କୁଦେଇ, ସୋନପୁର ଙ୍କୁ କାମଧେନୁ ଗୋପାଳନ ଯୋଜନା ରେ ୨ ଟିକିଆ ଡାଇରୀ ୟୁନିଟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା ସଭା ଶେଷରେ ଡୁଙ୍ଗୁରିପାଲି ପ୍ରାଣୀ ଚିକିତ୍ସକ ଡ଼ା ଆକାଶ ଦେବତା ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ା ସୁବ୍ରତ ପୁରୋହିତ, ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ, ଉଲୁଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଡ଼ା ପ୍ରିୟବ୍ରତ ବେହେରା ପ୍ରାଣୀ ରୋଗ ନିଦାନ ଅଧିକାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡ଼ା ସୁନାକର ସାମଲ, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ସୋନପୁର ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ଜିଲ୍ଲାରୁ ଶତାଧିକ ଗୋପାଳକ ଓ ଚାଷୀ ଯୋଗ ଦେଇଥିବା ବେଳେ ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.