ବଜ୍ରାଘାତରେ ଗୋରୁ ସହ ଦୁଇ ବାଛୁରୀ ମୃତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣ ସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସଦର ପଞ୍ଚାୟତ ଏକ ନମ୍ବର ୱାର୍ଡ ବଡଦ୍ୱାର ସାହିରେ କାଳ ବୈଶାଖିର ତାଣ୍ଡବରେ ଗୋଟିଏ ଗୋରୁ ସହ ଦୁଇ ବାଛୁରୀଙ୍କ ମୃତ୍ୟୁ ଘଟିଛି | ଆଜି ସନ୍ଧ୍ୟା ତିନି ଘଣ୍ଟିକା ଠାରୁ ପାଞ୍ଚ ଘଣ୍ଟିକା ପର୍ଯ୍ୟନ୍ତ ଦୁଇ ଘଣ୍ଟା କାଳ କାଳ ବୈଶାଖି ସହ ପ୍ରବଳ ପବନ ବର୍ଷା ହୋଇଥିଲା | ଏହି ଗୋରୁ ବଡଦ୍ୱାର ସାହି ବାସିନ୍ଦା ଘାସି ଭତ୍ରା ଓ ସୁନ୍ଦର କୌଶଲ୍ୟାଙ୍କ ଗୋଟେ ବାଛୁରୀ ଏବଂ ପୁରୁଣା ଭଟା ଗ୍ରାମର ହରିଚନ୍ଦ୍ର ପାହାରାକାଙ୍କ ବାଛୁରୀ ରହିଥିବା ଜଣା ପଡିଛି | ଏହି ଗୋରୁ ବାଛୁରୀ ପବନ ବର୍ଷା ସମୟରେ ଗ୍ରାମ ପାର୍ଶ୍ଵରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ ହଠାତ ଘଡ଼ ଘଡ଼ି ପବନ ବର୍ଷାରେ ଗଛକୁ ବିଜୁଳି ମାରିଥିଲା ଏହି ସମୟରେ ଗୋରୁ ବାଛୁରୀ ମାନେ ଟଳି ପଡ଼ି ମୃତ୍ୟୁ ବରଣ କରିଛନ୍ତି | ଗ୍ରାମବାସୀଙ୍କ କହିବା ଅନୁଯାଇ ତିନଟି ଗୋରୁ ଆନୁମାନିକ ୪୦.୦୦୦ ଟଙ୍କା ହୋଇପାରେ | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.