ରିଙ୍ଗ ରୋଡ କାମ ସମ୍ପୂର୍ଣ୍ଣ ପାଇଁ ପୂର୍ତ୍ତମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଦୀର୍ଘ ଦିନ ହେଲା ବନ୍ଦ ହୋଇ ପଡିଛି ସୋନପୁରର ବହୁ ପ୍ରତିକ୍ଷୀତ ରିଙ୍ଗ ରୋଡ ପ୍ରକଳ୍ପ। ଏନେଇ ଦିନକୁ ଦିନ ବ୍ୟାପକ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେପଟେ ମୂରବୀ ବିହୀନ ନେତା ଶୂନ୍ୟ ସୋନପୁର ସହର ରେ ପ୍ରଶାସନ ମଧ୍ୟ ସ୍ଥାଣୁ ପାଲଟି ଥିବା ସହରରେ ଚର୍ଚ୍ଚା। ଏ ନେଇ ଆଜି ପୂର୍ବାହ୍ନ ୧୦ଟା ବେଳେ ସୋନପୁର ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତା ମାନେ ଆଇନ, ଅବକାରୀ ତଥା ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରୀଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଐତିହ୍ୟ ସମ୍ପନ୍ନ ସୁବର୍ଣ୍ଣପୁର ସଦର ମହକୁମାର ମହାନଦୀ ସେତୁ ଠାରୁ ତେଲନଦୀ ସେତୁ ପର୍ଯ୍ୟନ୍ତ ରିଙ୍ଗରୋଡ୍ କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଦୃଢ଼ ଦାବୀ କରିଛନ୍ତି। ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ସହ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ପ୍ରକଳ୍ପ ଆରମ୍ଭ ହେବାର ୧୨ ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଗଲାଣି କିନ୍ତୁ ସମ୍ପୂର୍ଣ୍ଣ ନ ହେବା ଦ୍ୱାରା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଉକ୍ତ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ଉପରେ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିବା ଉଚିତ୍ ବୋଲି ସେମାନେ ଦାବୀ ଜଣାଇଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର, ବାଙ୍କାନିଧି ରାୟଗୁରୁ, ମହେଶ ପୂଝାରୀ, ନିରଞ୍ଜନ ତ୍ରିପାଠୀ, ଅକ୍ଷୟ କୁମାର ସେଠୀ, ଦୁଃଖିରାମ ନାୟକ, ନବଘନ ଷାଣ୍ଢ, ବିଜୟ କେତନ ରାୟଗୁରୁ, ଜନ୍ମଜୟ ପାତ୍ର, ମାଗୁଣି ସାହୁ, ତ୍ରିପୁରାରୀ ପଣ୍ଡା, ଶେଷଦେବ ପଟ୍ଟନାୟକ, ଆନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.