ବ୍ରାହ୍ମଣ ସମାଜ କେସିଙ୍ଗା ମଣ୍ଡଳର ପର୍ଶୁରାମ ଜୟନ୍ତୀ ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେସିଙ୍ଗା ଠାରେ କେସିଙ୍ଗା ମଣ୍ଡଳ ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ଆଜି ଭଗବାନ ବିଷ୍ଣୁଙ୍କ ଷଷ୍ଠ ଅବତାର,ବ୍ରାହ୍ମଣ ସମାଜର ପ୍ରତିଷ୍ଠାତା ଭଗବାନ ପର୍ଶୁରାମଙ୍କର ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏ ଅବସରରେ ସକାଳେ ସହର ସ୍ଥିତ ଗୌରୀଶଙ୍କର ମନ୍ଦିର ପରିସରରେ ଭଗବାନ ପର୍ଶୁରାମଙ୍କ ବିଗ୍ରହର ପ୍ରଣାମ ପ୍ରତିଷ୍ଠା ସମ୍ପନ୍ନ ହୋଇଛି।

ଏଥିରେ ବ୍ରାହ୍ମଣ ସମାଜ କେସିଙ୍ଗା ମଣ୍ଡଳର ସମ୍ପାଦକ ଲଳିତ କୁମାର ଶର୍ମା ସପତ୍ନୀକ କର୍ତ୍ତା ଦାୟିତ୍ୱ ତୁଲାଇ ଥିବାବେଳେ ଆଚାର୍ଯ୍ୟ ଭାବେ ଶିକ୍ଷକ ଶଶୀକାନ୍ତ ଶତପଥି କାର୍ଯ୍ୟ ତୁଲାଇ ଥିଲେ। ଏହି ଉତ୍ସବରେ ଅଞ୍ଚଳର ପ୍ରାୟ ସମସ୍ତ ବ୍ରାହ୍ମଣ ପରିବାର ସହଯୋଗ ଓ ଅଂଶଗ୍ରହଣ କରିଥିଲେ।ପରେ ସନ୍ଧ୍ୟା ୫ଟା ବେଳେ ପର୍ଶୁରାମ ସେନା ନେତୃତ୍ୱରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଖୋଳ, କୀର୍ତ୍ତନ ସହିତ ଏକ ବିରାଟ ପଟୁଆରରେ ଜୟ ପର୍ଶୁରାମ… ଜୟ ବ୍ରାହ୍ମଣ ଦେବତା ଧ୍ୱନିରେ ବ୍ରାହ୍ମଣ ସମାଜର ବିଭିନ୍ନ ଶାଖା ସମେତ ମହିଳା ଶାଖା ଓ ଶହ ଶହ ଶ୍ରଦ୍ଧାଳୁ ସହର ପରିକ୍ରମା କରିଥିଲେ।

ସହରର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକେ ଏହି ପଟୁଆରକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ନାନାଦି ଥଣ୍ଡା ପାନୀୟରେ ଆପ୍ୟାୟିତ କରିଥିଲେ। ପଟୁଆର ବଲାଙ୍ଗୀର ଛକରେ ପହଞ୍ଚିବା ପରେ ଆୟୋଜିତ ସଭାରେ ସମାଜର ସଭାପତି ପ୍ରଦୀପ୍ତ କୁମାର ରଥ, ଉପ ସଭାପତି ପର୍ଶୁରାମ ପାଢ଼ୀ, ବସନ୍ତ ପୁରୋହିତ,ସମ୍ପାଦକ ଲଳିତ ଶର୍ମା, ସଙ୍ଗଠନ ସମ୍ପାଦକ ଜଗଦୀଶ ଷଢଙ୍ଗୀ, କୋଷାଧ୍ୟ୍ୟକ୍ଷ ଟୁନା ମହାପାତ୍ର ଓ ପର୍ଶୁରାମ ସେନା ପ୍ରମୁଖ ରଞ୍ଜନ କୁମାର ପାଢ଼ୀ ମଞ୍ଚାସୀନ ଥିଲେ।

ନିହାରିକା ରଥ ଙ୍କ ପ୍ରାରମ୍ଭିକ ଭଜନ ଗାନ ପରେ ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ବ୍ରାହ୍ମଣ ସମାଜର ଅନେକ ସମସ୍ୟା ଓ ଏହାର ଦୂରୀକରଣ ପାଇଁ ସମାଜର ସମସ୍ତେ ଏକନିଷ୍ଠ ହୋଇ କାମ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ।

ଏ ଅବସରରେ ସମାଜର ବରିଷ୍ଠ ସଦସ୍ୟ ଭକ୍ତ ପାଢ଼ୀ,ରାମଲକ୍ଷ୍ମଣ ମିଶ୍ର,ତ୍ରିପୁରାମୋହନ ମିଶ୍ର ଓ ଗଜେନ୍ଦ୍ର ପାଢ଼ୀ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଶିକ୍ଷକ ଗୋବିନ୍ଦ ବ୍ରହ୍ମା ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜର ବରିଷ୍ଠ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ।ସଭ୍ୟ ଦିଲ୍ଲୀପ ପଣ୍ଡା,ଶମ୍ଭୁ ପଣ୍ଡା,ରଶ୍ମି ରଞ୍ଜନ ମିଶ୍ର,ନୀଳମଣି ପାଢ଼ୀ,ବିଜୟ ପାଢ଼ୀ,ରାଜେଶ ପାଢ଼ୀ,ଦୀନ ପାଢ଼ୀ,ସନ୍ତୋଷ ପାଢ଼ୀ,ଅଶୋକ ମହାପାତ୍ର,ପିଣ୍ଟୁ ପାଢ଼ୀ,ଗଣେଶ ଶର୍ମା ସମସ୍ତ କାର୍ଯ୍ୟରେ ସହାୟତା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.