ସୁବର୍ଣ୍ଣପୁରରେ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ପାଳିତ

ସୋନପୁର,୨/୮ : ସ୍ଥାନିୟ ପ୍ରଭାସ ଲଜ ଠାରେ ନାଟ, ମହାନଦି ସାହିତ୍ୟ ସଂସଦ, ପଏଁରୀ, ସ୍ୱଚ୍ଛଭାରତ ସଂଗଠନ , ନାଟ୍ୟଚକ୍ର, ରେଆର, ବୁଢାରଜା ଯୁବ ସମାଜ ସେବି ସଂଗଠନ, ଇଂଫେଷ୍ଟ ଆଦି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କବି ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତି ପାଳନ ହୋଇଯାଇଛି । ସମ୍ବଲପୁରୀ ଭାଷା ସାହିତ୍ୟର ବିକାଶ ପାଇଁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଆଜୀବନ ସାଧନା ଓ ଉଦ୍ୟମ ସମ୍ପର୍କରେ ଆଲୋଚନା ହୋଇଥିଲେ । ନିଜ ମାତୃଭାଷାରେ କଥାବାର୍ତ୍ତା ଓ ଲେଖାଲେଖି କରିବା ପ୍ରତ୍ୟେକ ମଣିଷ ପାଇଁ ଗର୍ବ ଓ ସ୍ୱାଭିମାନର ବିଷୟ ବୋଲି ଅତିଥିମାନେ ମତ ଦେବା ସହ ସମ୍ବଲପୁରୀ ଭାଷା, ସଂସ୍କୃତିର ସ୍ୱାତନ୍ତ୍ର‌୍ୟ ଓ ମହାନତା ସମ୍ପକୟଙ୍କର ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାଯ୍ୟକ୍ରମକୁ ଶିକ୍ଷାବିତ ବ୍ରଜ ମୋହନ ଦାନି ଅଧ୍ୟକ୍ଷତା କରିଥିବା ବେଲେ ଅଭିନାସ ହୋତା ସଂଯୋଜନା କରିଥିଲେ । ଏଥିରେ ରେଆର ସଭାପତି ଗୈାରି ଶ୍ୟାମ ପଣ୍ଡା, ନାଟ ର ସଭାପତି ପ୍ରଦ୍ୟୁନ ସାହୁ, ସ୍ୱଚ୍ଛଭାରତ ର ସଭାପତି ଲକ୍ଷ୍ମୀ ନରାଣ ମେହେର, ମହାନଦି ସାହିତ୍ୟ ସଂସଦ ଉପସଭାପତି ପୁରୁଷତୋମ ମିଶ୍ର, ମହାନଦି ସେବା ସଂଗଠନ ର ସଭାପତି ଶ୍ୟାମା ଓଁ ପ୍ରସାଦ ମିଶ୍ର, ପଏଁରୀ ର ସମ୍ପାଦକ ଚୈାଧୁରୀ ବିଭାର, ଇଂଙ୍କଫେଷ୍ଟ ସଭାପତି ଅମ୍ବୁଜ ବିହାରି ସତପଥି, ନାଟ୍ୟଚକ୍ର ର ନିଦ୍ଦେଶକ ମନୋଜ ବାରିକ, ବୁଢାରଜା ଯୁବ ସମାଜ ସେବି ସଂଗଠନର ତାପସ ବେଉରା ପ୍ରମୁଖ ଯୋଗଦେଇ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତି ଚରାଣ କରିଥିଲେ । ସଭା ଆରମ୍ଭରେ ଗୁରୁ ସତ୍ୟନାରାୟଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ମନୋରଜଂନ ତ୍ରିପାଠି, କ୍ଷିରୋଦ ବିଶ୍ୱାଲ, ମନୋଜ ମିଶ୍ର, ବନମାଳି ପଣ୍ଡା, ବେଣୁଧର ପଧାନ, ଗୋବିନ୍ଦ ମହାରଣା, ଅନଙ୍ଗ ନେଗି, ସୁଶାନ୍ତ ସାହୁ, ମହାଦେବ ମଲ୍ଲିକ, ରଜଂନ ବାରିକ, ସନ୍ତୋଷ ମିଶ୍ର ପ୍ରମୁଖ ବହୁ ଭାଷାପ୍ରେମୀ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.