ଏକଲ ଗ୍ରାମୋଥାନ ତରଫରୁ ରାକ୍ସି ଠାରେ ମହିଳା ସଶକ୍ତି କରଣ ଓ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ରାକ୍ସି ଠାରେ “ଏକଲ ଗ୍ରାମୋଥାନ ଫାଉଣ୍ଡେସନ” ତରଫରୁ ମହିଳା ସଶକ୍ତିକରଣ ଓ ସିଲାଇ କେନ୍ଦ୍ରର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଅଛି। ଏକଲ ସମିତି ଭବାନୀପାଟଣାର ସମ୍ପାଦକ ରାଜ କୁମାର ଖେତାନିଙ୍କ ଅଧ୍ୟକ୍ଷତାର ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାକ୍ସି ସରପଞ୍ଚ ଯେମନ୍ତ ପୋଢ଼ ଯୋଗଦାନ କରି କେନ୍ଦ୍ରଟିର ଶୁଭ ଉଦ୍ଘାଟନ କରିଥିଲେ।  ସମ୍ମାନୀତ ଅତିଥି ଭାବରେ ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ରାକ୍ସି ସମିତି ସଦସ୍ୟ ଚୁମନ ଭୋଇ, ନର୍ଲା ଏକଲ ସମିତିର ଉପସଭାପତି ସାରଥୀ ନାୟକ,
ଏକଲ ସମିତି ସମ୍ପାଦକ ବିଷ୍ଣୁ ଚରଣ ବଡପଣ୍ଡା ପ୍ରମୁଖ ଯୋଗଦାନ କରି ମହିଳା ସଶକ୍ତିକରଣ ଓ ମହିଳା ମାନେ ସ୍ବାବଲମ୍ବୀ ହେବା କେତେ ଜରୁରୀ ସେ ବିଷୟରେ ବକ୍ତବ୍ୟ ରଖିବା ସହିତ ଏକଲ ସମିତିର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ସଂଯୋଜକ ପଙ୍କଜ ଦାସ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ଅଧିକାରୀ ଲାଲମନ ମହନ୍ତ, ରାଜ୍ୟ ଅଧିକାରୀ ରଞ୍ଜିତ ମହନ୍ତ, ରାକ୍ସି ମହିଳା ସମିତିର ପ୍ରମିଳା ବାଗ, କର୍ଲାମୁଣ୍ଡା ସଞ୍ଚ ପ୍ରମୁଖ ନିର୍ମଳ ରଣା, ନର୍ଲା ସଞ୍ଚ ପ୍ରମୁଖ ରୋମାଞ୍ଚଳ ମାଝୀ, ଭବାନୀପାଟଣା ଅଭିଯାନ ପ୍ରମୁଖ ବିଷ୍ଣୁ ଶଣ୍ଢ, କାର୍ଯ୍ୟାଳୟ ପ୍ରମୁଖ ଫଣିନ୍ଦ୍ର ହଂସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନର୍ଲା ଏକଲ ବିଦ୍ୟାଳୟର ସମସ୍ତ ୪୦ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଏଵଂ ସିଲାଇ ତାଲିମ ନେବାପାଇଁ କେନ୍ଦ୍ରରେ ନାମାଙ୍କନ କରିଥିବା ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ନର୍ଲା ସଞ୍ଚ ପ୍ରମୁଖ ରୋମାଞ୍ଚଳ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.