ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ ଘଟଣା: ଅଭିଯୁକ୍ତକୁ ୩ବର୍ଷ ଜେଲ ଦଣ୍ଡାଦେଶ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଞ୍ଜନ ରାୟ): ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ବ୍ଲାକମେଲିଂ କରିବା ଅଭିଯୋଗରେ ଫୁଲବାଣୀ ପୋକସୋ ଅଦାଲତ ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀକୁ ୨୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୧୦ ମାସ ଜେଲ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ବିଚାରପତି। ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ପୁଞ୍ଜିପଥର ଥାନା ଅର୍ନ୍ତଗତ ଉଜଲପୁର ଗ୍ରାମର ଭାଗିରଥି ଦୀପ। ଘଟଣା ଅନୁଯାୟୀ, ଅଭିଯୁକ୍ତ ଭାଗିରଥି ଖଜୁରୀପଡା ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ରଖି ଧମକ ଦେବା ସହ ବିଭିନ୍ନ ପ୍ରକାର ବ୍ଲାକମେଲିଂ କରୁଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଖଜୁରୀପଡା ଥାନାରେ ଏତଲା ଦିଆଯାଇଥିଲା ଓ ଅଭିଯୋଗ ଆଧାରରେ ଖଜୁରୀପଡା ପୁଲିସ ୪୦/୨୩ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାର ଶୁଣାଣି କରି ଫୁଲବାଣୀ ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ସାକ୍ଷ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.