ମ.ରାମପୁର ଅଞ୍ଚଳରେ ଖୁସିର ମାହୋଲ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଶ୍ରୀୟାଂଶୀ ସାହୁ ୫୮୨ ମାର୍କ ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହେଇଛନ୍ତି। ସେ ମୁଖୀଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରୁଥିଲେ। ମଦନପୁର ରାମପୁରର ଝିଅ ଶ୍ରୀୟାଂଶୀଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳି ଉଠିଛି। ସେ ଏହି ସଫଳତାର ଶ୍ରେୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମୁଖିଗୁଡାର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ, ଗୁରୁଜୀ ଗୁରୂମାଙ୍କୁ ପ୍ରଦାନ କରିଛନ୍ତି। ମ.ରାମପୁର ନିବାସୀ ଅଧ୍ୟାପକ ଶିଶିର କୁମାର ସାହୁ ଓ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁଙ୍କ ବଡ଼ ଝିଅ ତଥା ସାମ୍ବାଦିକ ହେମନ୍ତ ସାହୁଙ୍କ ଝିଆରୀ ହେଉଛନ୍ତି ଶ୍ରୀୟାଂଶୀ। ‘ନିଜର ଅଧ୍ୟବସାୟ ବଳରେ ଏହି ସଫଳତା ପାଇଛି ଏବଂ ଏହାର ଶ୍ରେୟ ମୁଖିଗୁଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଅଜୟ କୁମାର ପାଢ଼ୀ, ଗୁରୁଜୀ ଗୁରୂମା, ପିତା ମାତା ଓ ଗୁରୁଜନଙ୍କୁ ଅର୍ପଣ କରୁଛି’ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଶ୍ରୀୟାଂଶୀ।





