ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ପୂର୍ବତନ ଛାତ୍ରୀ ଅନ୍ଵେଷା ହାସଲ କଲେ ଏ-୧ ଗ୍ରେଡ଼

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି | ଏଥିରେ ସଇଁତଲା ବ୍ଲକ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲର ପୂର୍ବତନ ଛାତ୍ରୀ ତଥା ଟିକ୍ରାପଡ଼ା ନିବାସୀ ସୁରେଶ ମେହେର ଓ ଦିବ୍ୟକାନ୍ତି ମେହେରଙ୍କ ସୁପୁତ୍ରୀ ଅନ୍ଵେଷା ମେହେର ୫୪୦ ନମ୍ବର (୯୦%) ରଖି ଏ-୧ ଗ୍ରେଡ଼ ହାସଲ କରିଛନ୍ତି | ଅନ୍ବେଷା ଏବେ ବିଦ୍ୟାଶ୍ରୀ ବିଦ୍ୟାପୀଠ, କୁକୁରମୁଣ୍ଡା, ପାଟଣାଗଡ଼ ଠାରେ ଅଧ୍ୟାୟନରତ | ଅନ୍ଵେଷା ପ୍ରି-ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ପାଠ ପଢିଥିଲେ | ଅନ୍ଵେଷାଙ୍କ ସଫଳତାରେ ସ୍କୁଲ ପରିଚାଳନା ସମିତି, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମହଲରେ ଆନନ୍ଦ ପ୍ରକାଶ ପାଇଛି | ସ୍କୁଲ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆ ଅନ୍ଵେଷାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳମୟ ଭବିଷ୍ୟତ କାମନା କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.