ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ କଏନ୍ ଏକ୍ସଚେଞ୍ଜ ସେବା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ସୋନପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଗ୍ରାହକ ତଥା ସହରର ସମସ୍ତ ବର୍ଗର ବ୍ୟବସାୟୀ ମାନଙ୍କୁ କଏନ ବଣ୍ଟନ ଓ କଏନ୍ ଏକ୍ସଚେଞ୍ଜ ସେବା ପ୍ରଦାନ କରାଯାଇଛି। ପ୍ରତ୍ୟହ ଗ୍ରାହକ ଓ ଛୋଟ ବଡ଼ ବ୍ୟବସାୟୀଙ୍କୁ ଏହିଭଳି ଏକ ଟଙ୍କିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ, ଦଶ ଓ କୋଡ଼ିଏ ଟଙ୍କିଆ କଏନ୍ ବଣ୍ଟନ କରିବା ଦ୍ବାରା ଲୋକେ ନିଜ ନିଜର ବ୍ୟବସାୟ କାରବାର କୁ ସଠିକ୍ ଭାବେ ପରିଚାଳନା କରିବା ସହ ଦୋକାନୀ ଓ ଗ୍ରାହକ ଙ୍କ ସବୁ ସମସ୍ୟା ର ସମାଧାନ ହୋଇ ବ୍ୟବସାୟ ବୃଦ୍ଧି ଦିଗରେ ସହାୟକ ହୋଇ ପାରିବ ବୋଲି ବ୍ୟବସାୟୀ ମନୋରଞ୍ଜନ ତ୍ରୀପାଠୀ ଓ ବାବୁଲା ମିଶ୍ର ପ୍ରକାଶ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଷ୍ଟେଟ୍ ବ୍ୟାଙ୍କ୍ କେଶ୍ ଅଫିସର ବିଜ୍ଞାନ ବିଭାର, କର୍ମଚାରୀ ଶୁଭମ ମହାପାତ୍ର, ଆର୍ମ ଗାର୍ଡ ବିପିନ ବିହାରୀ ଦାଶ, ବବଲୁ ମେହେର ପ୍ରମୁଖ ନିୟୋଜିତ ଥିବା ବେଳେ ଶହ ଶହ ଗ୍ରାହକ ଓ ବ୍ୟବସାୟୀ ଙ୍କୁ କଏନ୍ ବଣ୍ଟନ କରିଥିବା ଜଣା ଯାଇଛି। ଷ୍ଟେଟ ବ୍ୟାଙ୍କର ଏତାଦୃଶ ପଦକ୍ଷେପକୁ ଜନସାଧାରଣ ରେ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଦିନରେ କଏନ୍ ର କୁତ୍ରିମ ଅଭାବକୁ ରୋକିହେବା ସହ ସମସ୍ତ ଙ୍କ ପାଇଁ ଆଦାନ ପ୍ରଦାନ ସହଜ ହୋଇପାରିବ ବୋଲି ଗ୍ରାହକ ମହଲରେ ଖୁସି ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.