ପ୍ରସିଦ୍ଧ ଖପରାଡୁଙ୍ଗୁରି ସପ୍ତର୍ଷି ମଠ ପରିଦର୍ଶନ କଲେ ଟିଟିଲାଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ଓ ବେଲପଡ଼ା ବ୍ଲକ ସୀମାକୁ ଲାଗି ରହିଥିବା ପ୍ରସିଦ୍ଧ ସପ୍ତର୍ଷି ମଠ, ଖପରାଡୁଙ୍ଗୁରିକୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ପରିଦର୍ଶନ କରିଥିଲେ | ପରିସରସ୍ଥ ମନ୍ଦିରରେ ବିଧାୟକ ଦେବ ଦର୍ଶନ ସହ ବିଭିନ୍ନ ଗୁମ୍ଫା ବୁଲି ଦେଖିଥିଲେ | ପରେ ବାବା ପ୍ରଣବାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ସେ ସମ୍ବୋଧିତ କରିଥିଲେ | ମଠ ସୁରକ୍ଷା ସମିତି ତରଫରୁ ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ, କୋଶଲ ନେତା ସିପୁନ ଖମାରୀ, ଧୁମାଭଟା ସରପଞ୍ଚ ବନମାଳୀ ନାୟକ, ଧନୀରାମ ଭୋଇ, ଦାମୋଦର ପୁଟେଲ, ସଚିକାନ୍ତ ନାୟକ, ପିଣ୍ଟୁ ବୁଡ଼େକ ପ୍ରମୁଖ ମତ ରଖି ଖପରାଡୁଙ୍ଗୁରିର ବିକାଶ ପାଇଁ ପଦକ୍ଷେପ ନେବା ପାଇଁ ବିଧାୟକଙ୍କୁ ନିବେଦନ କରିଥିଲେ | ପ୍ରତ୍ୟୁତ୍ତରରେ ଖପରାଡୁଙ୍ଗୁରିର ପାରିପାର୍ଶ୍ଵିକ ବିକାଶ କରାଯିବା ନେଇ ସେ ପ୍ରତିଶୃତିବଦ୍ଧ ବୋଲି ବିଧାୟକ କହିଥିଲେ | ବିଧାୟକ ପ୍ରତିନିଧି ବିମଲ ଶର୍ମା, ଭାଜପା ନେତା ମହେନ୍ଦ୍ର ଅମାତ, ବିଦୁର କରନ, ଶରତ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.