ଖର୍ସେଲବାଞ୍ଜିରେ ବିରାଟ ପର୍ବ ଉତ୍ସବ ସମାରୋହରେ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗାଁରେ ଭାଗବତ କଳା ବିକାଶ ପରିଷଦ ଆନୁକୁଲ୍ୟରେ ବିରାଟ ପର୍ବ ସମାରୋହରେ ସମ୍ପନ୍ନ ହୋଇଛି । ପରିଷଦ ସଭାପତି ସଙ୍କୀର୍ତ୍ତନ ବାଗ, ସମ୍ପାଦକ ସଦାନନ୍ଦ ମିର୍ଦ୍ଧାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ତ୍ତିକ ଠାକୁର ପୂଜା କାର୍ଯ୍ୟ ତୁଲାଇଥିଲେ | ଗୌନ୍ତିଆ ଟିକେନନ୍ଦ ମାଝୀ, ଶକୁନ୍ତଳା ମାଝୀ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ | ନାରାୟଣ ବାଗ, କୃଷ୍ଣ ମାଝୀ,ସତ୍ୟ ମହାକୁର, ଭଜମନ ମନହୀରା, ଜଗନ ଖମାରୀ, ଗୋପାଳ ଖମାରୀ, ଘାସିରାମ ଖମାରୀ, ଅଲି ମାହାର, ଗଜିନ୍ଦ୍ର ବାଗ ତଥା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଏହି ଅବସରରେ ବଂଶୀଧର ଦାଶଙ୍କ ନାଟ୍ୟ ନିର୍ଦ୍ଦେଶନା ଓ ଜଗନ ଖମାରୀଙ୍କ ସଂଗୀତ ନିର୍ଦ୍ଦେଶନାରେ ବଳିୟାର ସିଂ ବିରଚିତ ‘କୀଚକ ବଧ’ ନାଟକ ପରିବେଷିତ ହୋଇଥିଲା | ସଦାନନ୍ଦ ମିର୍ଦ୍ଧା, ଅଶୋକ ଧରୁଆ, ଘାସିରାମ ଖମାରୀ, କୃଷ୍ଣଚନ୍ଦ୍ର ମାଝୀ, ରବି ମହାକୁର, ରୁଦ୍ର ଧରୁଆ, ଭାଗେଶ୍ୱର ରାଜପଲିଆ, ଗୁଣନିଧି କୁଅଁର, ରାମ ଧରୁଆ, ନିମାନନ୍ଦ ଖମାରୀ, ସୁଶୀଳ ଧରୁଆ ପ୍ରମୁଖ କଳାକାର ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.