ରହିବିନି ଏଇଠି
ତମେମାନେ ନିଜ ନିଜ ଭିତରେ
ରୀତିମତ ଝଗଡ଼ା କରୁଛ
କେତେ ବେଳେ କଣ ଯେ ହେବ
କେହି କହି ପାରିବେନି ।
ଗୋଟେ ଅଙ୍ଗୁଳି ଭୂମି
ସମସ୍ତଙ୍କର କାମ୍ୟ
ଛାଡ଼ିବାକୁ ଜଣେ ହେଲେ
ପ୍ରସ୍ତୁତ ନୁହଁନ୍ତି ।
ମୂଳ ଅଲଗା ଅଲଗା ନୁହଁ
ଜେଜେ ବାପା କହୁଥିଲେ
ଅନେକ ବାର ଶୁଣିଛି, ହେଲେ
ଏ କଥା ବିଷ ମଞ୍ଜି ହେଲାଣି ।
ଏଇନେ ପ୍ରତ୍ୟେକ ମଣିଷ
ଗୋଟେ ଗୋଟେ ଡାଳକୁ ଆଦରି ନେଇ ପାଗଳ ପରି ରଡୁଛନ୍ତି।
ଏଇ ମୁହୂର୍ତ୍ତରେ ହିଁ ଚାଲିଯିବି
ସାଙ୍ଗରେ କିଛି ନେବି ନାହିଁ।