ସୁଧାଂଶୁ ଶେଖର ପାତ୍ରଙ୍କ କବିତା : ରହିବିନି ଏଇଠି

Omkar Vasthu
Omkar Vasthu

ରହିବିନି ଏଇଠି
ତମେମାନେ ନିଜ ନିଜ ଭିତରେ
ରୀତିମତ ଝଗଡ଼ା କରୁଛ
କେତେ ବେଳେ କଣ ଯେ ହେବ
କେହି କହି ପାରିବେନି ।

Pearl dental clinic
Near Ashish Medical Store, Bhawanipatna

ଗୋଟେ ଅଙ୍ଗୁଳି ଭୂମି
ସମସ୍ତଙ୍କର କାମ୍ୟ
ଛାଡ଼ିବାକୁ ଜଣେ ହେଲେ
ପ୍ରସ୍ତୁତ ନୁହଁନ୍ତି ।

Udyog Nursery
Udyogi Nursery

ମୂଳ ଅଲଗା ଅଲଗା ନୁହଁ
ଜେଜେ ବାପା କହୁଥିଲେ
ଅନେକ ବାର ଶୁଣିଛି, ହେଲେ
ଏ କଥା ବିଷ ମଞ୍ଜି ହେଲାଣି ।

ଏଇନେ ପ୍ରତ୍ୟେକ ମଣିଷ
ଗୋଟେ ଗୋଟେ ଡାଳକୁ ଆଦରି ନେଇ ପାଗଳ ପରି ରଡୁଛନ୍ତି।

ଏଇ ମୁହୂର୍ତ୍ତରେ ହିଁ ଚାଲିଯିବି
ସାଙ୍ଗରେ କିଛି ନେବି ନାହିଁ।

 

ସୁଧାଂଶୁ ଶେଖର ପାତ୍ର
ପ୍ରଶାନ୍ତି ଭୂମି, ଖସିଗୁଡା,ଚିଲିଗୁଡା
କଳାହାଣ୍ଡି ୭୬୬୦୧୪

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.