ଗୁଣୁପୁର ଜିଆଇଇଟିରେ ଲାଗିଲା ନିଆଁ, ପରୀକ୍ଷା ପାଇଁ ଆସିଥିବା ଛାତ୍ର ଛାତ୍ରୀ ନୟାନ୍ତ 

ଓଡ଼ିଆ ବାର୍ତ୍ତା/ ଗୁଣୁପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଗୁଣୁପୁର ଜି.ଆଇ.ଇ.ଟି.ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ସାଇନସ୍ ବିଭାଗରେ ଲାଗିଲା ନିଆଁ | ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଜଗୁଁ ନିଆଁ ଲାଗିଥିବା ବେଳେ କାହାରି କିଛି ହୋଇ ନ ଥିବା ଜଣା ପଡ଼ିଛି । କଲେଜର କତୃପକ୍ଷ ଙ୍କ କହିବା ଅନୁଯାଇ ଆଜି ସକାଳୁ ଅନେକ ଅଞ୍ଚଳ ରୁ ଛାତ୍ର ଛାତ୍ରୀ ମାନେ ଆସି ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ବି. ଏସ.ସି ନସିଂ ଚୟନ ପ୍ରକ୍ରିୟାର ପରୀକ୍ଷା ଚାଲୁ ଥିବା ସମୟରେ କମ୍ପ୍ୟୁଟର ସାଇନସ୍ ବିଭାଗ ରୁମ୍ ରେ ନିଆଁ ଲାଗି କିଛି ଝରକା ପ୍ରାୟ ୧୦୦ ଗୋଟି ଦାମି କମ୍ପୁଟର,ଟେବୁଲ୍ ଓ ଚେୟାର ଜଳି ଯାଇଛି | ଘଟଣା ପରେ ବହୁ ପରିଶ୍ରମରେ କଲେଜ କର୍ମଚାରୀଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା | ଘଟଣା ସ୍ଥଳରେ ତୁରନ୍ତ ଗୁଣୁପୁର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି । ପରେ ପରୀକ୍ଷା ନିମନ୍ତେ ଆସିଥିବା ଅନେକ ଛାତ୍ର ଛାତ୍ରୀ ଓ ଅଭିଭାବକ ନାହିଁ ନ ଥିବା ହଇରାଣ ହରକତ ହେବାର ଦେଖିବାକୁ ମିଳିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.