ଟ୍ରାଫିକ ସିଗ୍ନାଲ ପୋଷ୍ଟରେ ହେଉ ଛାଉଣୀର ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି ଉପର ମୁହାଁ ପ୍ରାୟ ସବୁଦିନ ୪୦ ଡିଗ୍ରୀ ଉପରେ ରହିଛି ତାପମାନ । ମାର୍ଚ୍ଚ ମାସ ସରି ଏପ୍ରିଲ ର ଦ୍ୱିତୀୟ ସପ୍ତାହ ରୁ ମୁଣ୍ଡ ଫଟା ଖରା ହେଉଛି ଆଉ ତିନି ମାସ କିପରି କଟିବ ବୋଲି ଲୋକେ ଚିନ୍ତା ରେ ଅଛନ୍ତି।କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ମଧ୍ୟରେ ଯାଇଛି ଜାତୀୟ ରାଜପଥ ୨୬ ଦିନ ରାତି ଗାଡ଼ି ମଟର ଚାଲିଥିବାବେଳେ ଏଠାରେ ବିଭିନ୍ନ ଟ୍ରାଫିକ ସିଗ୍ନାଲ ଠିକଣାରେ ଯାତ୍ରୀମାନେ ତାପମାନ ଓ ଧୁଳିରେ ଖୁଲା ଆକାଶ ତଳେ ଦୀର୍ଘ ସମୟ ଅପେକ୍ଷା କରୁଛନ୍ତି।ଏହା ତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଅନେକ ବିପଦଜନକ ବନ୍ଧାନ ସୃଷ୍ଟି କରୁଛି ।ମାତ୍ର ବର୍ଷେ ତଳେ ଜୁନାଗଡ ସହରରେ ଲାଗିଥିବା କମ୍ପ୍ୟୁଟରୀକରଣ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଛି ।ଟ୍ରାଫିକ ସିଗ୍ନାଲ ଲାଇଟ ରେ ଗ୍ରୀନ ଲାଇଟ ୩୦ ସେକେଣ୍ଡ ସ୍ଥିର କରାଯାଇଥିବା ବେଳେ ରେଡ ଲାଇଟ କୁ ୬୦ ସେକେଣ୍ଡ ସ୍ଥିର କରାଯାଇଛି ଫଳରେ ରେଡ ଲାଇଟ ଆସିଲେ ଗାଡ଼ି ଚାଳକ ମାନଙ୍କୁ ଏତେ ବଡ ଖରାରେ ପ୍ରାୟ ଗୋଟିଏ ମିନିଟ ରାସ୍ତା ମଝିରେ ଠିଆ ହେବାକୁ ପଡୁଛି ଖରା ଦାଉରୁ ରକ୍ଷା ପାଇବା ପାଇଁ କିଛି ଅମାନିଆ ଗାଡ଼ି ଚାଳକ ମାନେ ଗ୍ରୀନ ଲାଇଟ କୁ ଅପେକ୍ଷା ନ କରି ରେଡ ଲାଇଟ ଜମ୍ପ କରୁଛନ୍ତି ଫଳ ସ୍ୱରୂପ ଦୁର୍ଘଟଣା ବଢିବାର ସମ୍ଭାବନା ବେଶୀ ରହୁଛି। ତେଣୁ ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତି ଶୀଘ୍ର ଟ୍ରାଫିକ ସିଗ୍ନାଲ ପୋଷ୍ଟ ରେ ଛାଉଣୀ ର ବ୍ୟବସ୍ଥା କରିବା ପାଇଁ ସାଧାରଣ ରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.