ପୁରୁଷୋତ୍ତମପୁର ଏନଏସିରେ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଚତୁର୍ଥ ଦିନରେ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ବଡ଼ ବଜାର ଠାରେ ଗତ ଆଠ ତାରିଖରୁ ଅସ୍ଥାୟୀ ମନ୍ଦିର ରେ ପୂଜା ପାଉଥିବା ପଞ୍ଚ ଠାକୁରାଣୀ ଯଥା କନକା, ତାରାତାରିଣୀ, କାଳୀ, କାଲୁଆ, ଫୁଲ ସୁନ୍ଦରୀ ଏହି ପଞ୍ଚ ଦେବି ଙ୍କ ଚତୁର୍ଥ ଦିନରେ ଘଟ ପରିକ୍ରମା ଆରମ୍ଭ ହୋଇଛି। ସନ୍ଧ୍ୟା ଛଅ ଘଣ୍ଟ ସମୟରେ ମାଜଣା ଆଳତି ପରେ ଦେବୀମାନଙ୍କ ନଗର ପରିଭ୍ରମାଣ ହୋଇଥାଏ ପଞ୍ଚ ଘଟକୁ ପାଞ୍ଚ ଜଣ ଗୋପାଳ ସମ୍ପ୍ରଦାୟ ର ବ୍ୟକ୍ତି ମାନେ ମୁଣ୍ଡରେ ଧାରଣ କରି ବିରାଟ ପାଟ ପଟୁଆର ରେ ଏନଏସିର ବିଭିନ୍ନ ସାହି ପରିଭ୍ରମଣକରି ଭକ୍ତ ଙ୍କ ଦୁଆରେ ବଢାଯାଇଥିବା ଭୋଗ, ପଣା ଗ୍ରହଣ କରି ପୁଣି ଅସ୍ଥାୟୀ ମନ୍ଦିର କୁ ଫେରି ଆସନ୍ତି | ଏବଂ ଅସ୍ତୟୀ ମଣ୍ଡପରେ ଅର୍ଣ୍ଣଭୋଗପରେ ମାଆଙ୍କ ପହୁଡ଼ ପଡିଥାଏ |
ପ୍ରତି ଦୁଇବର୍ଷ ପରେ ଏହି ପଞ୍ଚ ଠାକୁରାଣୀଙ୍କୁ ଦେଖି ଭକ୍ତ ମାନେ ନିଜର ମାନସିକ ପୂରଣ ସହିତ ଏକ ସଙ୍ଗରେ ସମସ୍ତଙ୍କୁ ଦେଖି ଆତ୍ମ ବିଭୋର ହୋଇ ଯାଆନ୍ତି | ଯାତ୍ରାକୁ ଯାତ୍ରା ଅଧୂକାରୀ ରମାକାନ୍ତି ଦାଶଙ୍କ ସମେତ ସଭାପତି ରବୀନ୍ଦ୍ର ପାତ୍ର, ସମ୍ପାଦକ ତ୍ରିନାଥ ପଣ୍ଡା, ଉପ ସଭାପତି ଦୁର୍ଗାଚରଣ ଦାଶ, ସନ୍ତୋଷ ସାହୁ, ରବି ନାରାୟଣ ପଣ୍ଡା, କୃଷ୍ଣଚନ୍ଦ୍ର ଦାଶ, କପିଳେଶ୍ବର ବଣିକ ସଂଘର ସଭ୍ୟମାନଙ୍କ ସହଯୋଗ ରେ ଯାତ୍ରା ପରିଚାଳନା ହେଉଅଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.