ଘରୋଇ କଳିରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରିଗୁଡା ପଞ୍ଚାୟତ ଅଧୀନ ମୁଣ୍ଡାମା ଗ୍ରାମର କୀର୍ତ୍ତନ ମାଝୀଙ୍କ ପୁଅ ରଞ୍ଜିତ ମାଝୀ (୩୫) ବିଷ ପିଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ସ୍ବାମୀ ସ୍ତ୍ରୀଙ୍କ କଳିରୁ ଗତ ରାତ୍ର ଶନିବାର ଦିନ ସମୟ ପ୍ରାୟ ୯ ଘଣ୍ଟା ସମୟରେ ଖାଦ୍ୟ ଖାଇ ଶୋଇବାକୁ ଯିବା ସମୟରେ ରଞ୍ଜିତ ବାନ୍ତି କରି ଦୁର୍ବଳ ହୋଇ ପଡ଼ିଥିଲେ । ଏଣୁ ପରିବାର ସଦସ୍ୟଙ୍କ ସହିତ ଗ୍ରାମବାସୀ ରଞ୍ଜିତକୁ ଅଟୋ ଯୋଗେ ବ୍ରାହ୍ମଣୀଗାଁ ଡାକ୍ତଖାନା ଭର୍ତି କରାଇଥିଲେ । ହେଲେ ଡାକ୍ତର ମୃତ ତାଙ୍କୁ ଘୋଷଣା କରିଥିଲେ । ବିଷ ପିଇବା ଫଳରେ ମୃତ୍ୟୁ ହୋଉଥିବା ଡାକ୍ତର ସୂଚନା ଦେଇଥିଲେ । ହେଲେ କେଉଁ ବିଷ ପିଇ ମୃତ୍ୟୁ ଘଟିଛି ଏହା ଅସ୍ୱଷ୍ଟ ରହିଛି । ପରିବାର ସଦସ୍ୟ ମାନେ ବି ରଞ୍ଜିତ କେଉଁ ବିଷ ଖାଇଥିଲା ଜାଣି ପାରିନଥିବା ଜଣାପଡିଛି । ଏହି ଘଟଣାରେ ଥାନା ପକ୍ଷରୁ ଏଏସଆଇ ରମାକାନ୍ତ ସେଠୀ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଥିବା କହିଛନ୍ତି । ରବିବାର ଦିନ ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ କରି ପାରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.