ନର୍ଲା ଗୁରୁକୁଲ ନର୍ସିଂ କଲେଜରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ

ପିଡିତଙ୍କୁ ସେବା କରିବା ହିଁ ସେବିକା ମାନଙ୍କ ଧର୍ମ -ମୁଖ୍ୟ ଅତିଥି ଡ. ଅକ୍ଷୟ କୁମାର ଗୋଚ୍ଛାୟତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ଗୁରୁକୁଲ ନର୍ସିଂ କଲେଜରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳିତ ହୋଇଯାଇଛି। ଗୁରୁକୁଲ ନର୍ସିଂ କଲେଜର ପରିଚାଳକ ରାଜେନ୍ଦ୍ର ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ଅକ୍ଷୟ କୁମାର ଗୋଚ୍ଛାୟତ ଯୋଗଦାନ କରି କେକ କାଟି ଆନ୍ତର୍ଜାତୀୟ ସେବିକା ଦିବସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥି ଭାବରେ ନର୍ସିଂ କଲେଜର ମାର୍ଗଦର୍ଶକ ଆଶିଷ ବିଶ୍ୱାଳ, ଅଧ୍ୟାପିକା ଶ୍ରଦ୍ଧାଞ୍ଜଳୀ ସାହୁ, ଶିବାନୀ ଗଉଡ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ପିଡିତ ଓ ଅସହାୟ ବ୍ୟକ୍ତି ମାନଙ୍କୁ ଆନ୍ତରିକ ମନୋଭାବ ନେଇ ସେବା ଯୋଗାଇ ଦେବା ହିଁ ସେବିକା ମାନଙ୍କ ମୁଖ୍ୟ ଧର୍ମ ବୋଲି ମୁଖ୍ୟ ଅତିଥି ଡ଼. ଗୋଛାୟତ ତାଙ୍କ ବକ୍ତବ୍ୟରେ କହିଥିଲେ। ପ୍ରଥମେ ଅଧ୍ୟକ୍ଷ ଶ୍ରୀ ଗୌଡଙ୍କ ସ୍ଵାଗତ ଭାଷଣ ପରେ ଅତିଥିଙ୍କୁ କଲେଜ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ନର୍ସିଂ ଛାତ୍ର ଛାତ୍ରୀ ମାନେ ଆଗକୁ ଦୁଇହାତ ଟେକି ନିଷ୍ଠାର ସହ ନିଜ କର୍ତ୍ତବ୍ୟ ପାଳନ କରିବୁ ବୋଲି ଶପଥ ନେଇଥିଲେ। ଅତିଥି ବୃନ୍ଦ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ କେକ କାଟି ଆନ୍ତର୍ଜାତୀୟ ସେବିକା ଦିବସ ପାଳନ କରିଥିଲେ। ଜୟନ୍ତୀ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରଦ୍ଧାଞ୍ଜଳୀ ସାହୁ, ଶିବାନୀ ଗଉଡ, ଅମନଦୀପ ଲୁଗୁନ, ଆକାଶ ନାଗ, ସୌମ୍ୟ ହରିପାଲ, ମଦନ ମୋହନ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ରୀଷ୍ଣାମଞ୍ଜରି ବାଗ, ଜଶ୍ମିନ ଦୀପ, ଡୋଲେଶ୍ୱରୀ ହରିଜନ, ପୁଷ୍ପାଞ୍ଜଳୀ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.