‘ସନ୍ଥ କବି ଭୀମ ଭୋଇଙ୍କ ସାହିତ୍ୟ ଆମ ପାଇଁ ଅମୃତ’

ଯୁଗଯାତ୍ରୀ ସାହିତ୍ୟ ସଂସଦ ପକ୍ଷରୁ ପାଳିତ ହେଲା ଭୀମ ଭୋଇ ଜୟନ୍ତୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଆ ଭାଷା ସାହିତ୍ୟକୁ ବଞ୍ଚେଇ ରଖିବାର ମାଇଲଖୁଣ୍ଟ ସଦୃଶ୍ୟ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ପରିଚାଳିତ କଳାହାଣ୍ଡିର ଏକ ଅଗ୍ରଣୀ ଅନୁଷ୍ଠାନ ‘ଯୁଗଯାତ୍ରୀ ସାହିତ୍ୟ ସଂସଦ’ ତା’ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ ଅବସରରେ ପାଳନ କରିଛି ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ । ଏହା ସହିତ ଭୀମ ଭୋଇଙ୍କ ସ୍ମୃତିରେ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି । ସଂସଦର ସଭାପତି ପଦ୍ମ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଡ. କୌତୁକ ପନ୍ଦର ଭୀମ ଭୋଇଙ୍କ ସାହିତ୍ୟିକ ଦିଗ ଉପରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଜନୀକାନ୍ତ ମହାଖୁଡ଼ ସନ୍ଥ କବିଙ୍କ ଜନ୍ମ ଜୟନ୍ତୀର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ‘ସନ୍ଥ କବି ଭୀମ ଭୋଇଙ୍କ ସାହିତ୍ୟ ଆମ ପାଇଁ ଅମୃତ’ ବୋଲି ସଭାରେ ମତପ୍ରକାଶ ପାଇଥିଲା । ସଂସଦର ସମ୍ପାଦକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ‘ଅ’ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଲୋକ ନାଟ କଳାକାର ବନମାଳୀ ଦଣ୍ଡସେନାଙ୍କୁ ଅତିଥି ମାନଙ୍କ ଦ୍ଵାରା ସ୍ବର୍ଗତ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ସ୍ମୃତିରେ ଶୈଳଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ‘ଅ’ ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ, ସମ୍ପାଦକ କାହ୍ନୁ ଚରଣ ସାହୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କବିତା ଆସରଟିକୁ ଡ. ବିଭୂତି ଭୂଷଣ ପଧାନ ଓ କବୟତ୍ରୀ ସୁଶ୍ରୀ ଝରଣା ସାହୁ ପରିଚାଳନା କରି ସମସ୍ତ କବିଙ୍କୁ ଆସରରେ ବାନ୍ଧି ରଖିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ତିରିଶ ଜଣ କବି ନିଜ ନିଜ କବିତା ପାଠ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ କବି କବୟତ୍ରୀ ଏବଂ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମିଲ ହୋଇ ସାହିତ୍ୟ ସନ୍ଧ୍ୟାକୁ ବେଶ୍ ଆବେଗମୟ କରିବାରେ ସହଯୋଗ କରିଥିଲେ । ପରିଶେଷରେ ପବନ କୁମାର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଫଳତାର ଶିଖର ଯାଏଁ ପହଞ୍ଚେଇବା ସକାଶେ ବରିଷ୍ଠ ସଦସ୍ୟ ଉଦୟ ନାୟକ, ପରମାନନ୍ଦ ବିଶି, ମାନସ ରଞ୍ଜନ ପ୍ରହରାଜ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.