ବନବାସୀ ସେବା ସମିତର ୫୪ତମ ଜୟନ୍ତୀ ସମାରୋହ

ପିଲାଙ୍କ ହସ୍ତଲିପି “ବନବାସୀସ୍ମୃତି” ଉନ୍ମୋଚନ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତର ୫୪ ତମ ଜୟନ୍ତୀ ସମାରୋହ ସମିତି ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଦେହ ତ୍ୟାଗ କରିଥିବା ମନିଷୀ ମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ପରେ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ମୁଖ୍ୟ ବକ୍ତା ଭାବେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦିପ୍ତମୟୀ ରଥ, ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ସ୍ନେହଲତା ସାହୁ, ରାୟଗଡ଼ା ଜିଲ୍ଲା ର ଅବସର ପ୍ରାପ୍ତ କାର୍ଯ୍ୟକ୍ରମ ଅଧିକାରୀ, ଶ୍ରୀମତୀ ଅନୀତା କୁମାରୀ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ପୂଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଫଟୋଚିତ୍ର ନିକଟରେ ପୁଷ୍ପାଞ୍ଜଳି ଅର୍ପଣ କରି ସମବେତ କଣ୍ଠରେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାନ ପୂର୍ବକ ୫୪ ଗୋଟି ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ସମିତିର ସହ ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସ୍ବାଗତ ଭାଷଣ ପୂର୍ବକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପଠନ କରିଥିଲେ l ପିଲାଙ୍କ ହସ୍ତଲିପି “ବନବାସୀସ୍ମୃତି” ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚନ ହେବା ପରେ ବନବାସି ସ୍ମୃତିର ଶିଶୁ ସଂପାଦିକା ସୁଶ୍ରୀ ଜିତା ଦିଗାଳ ସମ୍ପାଦକୀୟ ପଠନ କରିଥିଲେ l ସର୍ବଧର୍ମ ପ୍ରାର୍ଥନା ଓ ପ୍ରାରମ୍ଭିକ ସଙ୍ଗୀତ ଏବଂ ଶେଷ ଶ୍ରଦ୍ଧାଞ୍ଜଳୀ ପ୍ରାର୍ଥନା ” ଆମେ ଆଲୋକର ପଥସାଥୀ” ବନବାସୀର ଛାତ୍ର ଛାତ୍ରୀ ମାନଙ୍କ ଆୟୋଜିତ ହୋଇଥିଲା l ଶେଷରେ ସମିତିର ବିଶ୍ବଜିତ ଜେନା ଧନ୍ୟବାଦାର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.