ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଟିଲାଗଡ଼ ବିଧାୟକ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମଙ୍ଗଳବାର ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ କେନ୍ଦୁଉଡ଼ାର ଗାଁରେ ଶିବ ମନ୍ଦିର, ଜୁରାବନ୍ଧ ପଞ୍ଚାୟତ ଡୁକେରଚଚରା଼ରେ ମାଉସୀ ମନ୍ଦିର ଓ ଟିକ୍ରାପଡ଼ା ପଞ୍ଚାୟତ କୁଡ଼ାସିଂହାରେ ମାଉଳି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | ସେହିପରି ଟିକ୍ରାପଡ଼ା ଗ୍ରାମରେ ମହାଲକ୍ଷ୍ମୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ | କେନ୍ଦୁଉଡ଼ାର ଠାରେ ସତ୍ୟବାନ ଠାକୁର, ଡୁକେରଚଚରା ଠାରେ ରଜନୀକାନ୍ତ ଦାଶ, ଟିକ୍ରାପଡ଼ାରେ ଇନ୍ଦ୍ରଜିତ ଥନାପତି ପୂଜକ ଦାୟିତ୍ୱ ତୁଲାଇଥିଲେ | ବିଧାୟକ ଗ୍ରାମବାସୀଙ୍କୁ ଉଦବୋଧନ ଦେଇ ବିଭିନ୍ନ ଜନହିତକର ଯୋଜନାର କ୍ରିୟାନ୍ୱୟନ କରି ରାଜ୍ୟ ସରକାର ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେଉଥିବା କହିଥିଲେ | ବିଧାୟକ ପ୍ରତିନିଧି ବିମଲ ଶର୍ମା, ବରିଷ୍ଠ ନେତା ଡୋଳାମଣି ବସ୍ତିଆ, ମୋହନ ନାଏକଙ୍କ ସମେତ ଭୁପିନ୍ଦ୍ର ବାଗ, ଲକ୍ଷ୍ମଣ ବଗର୍ତ୍ତୀ, ମହାଦେବ ସୁନାନୀ, ଅପରାଧୀ ଘିଭେଲା, ଇନ୍ଦ୍ର ରାଜପଲିଆ, କୃତ୍ତିବାସ କଲେତ, ମଧୁ ନାଏକ, ଜଗନ୍ନାଥ ବୁଡ଼େକ, ପ୍ରକାଶ ବଗର୍ତ୍ତୀ, ପ୍ରଦୀପ ବାଗ, ମକରନ୍ଦ ରଣା, ଗୌର ବୁଡ଼େକ, ରଶ୍ମିରଞ୍ଜନ ଆଚାର୍ଯ୍ୟ, ଚିତ୍ତରଞ୍ଜନ ରାଜପଲିଆ, ଅର୍ଜୁନ ଭଞ୍ଜ, ପୀତବାସ ନାଏକ ପ୍ରମୁଖ ବିଜେପି କର୍ମୀ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.