ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲା ଟପ୍ପର ହେଲେ ତେଜସ୍ଵୀନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମଦନପୁର ଆଦର୍ଶ ବିଦ୍ୟାଳୟର ଛାତ୍ରୀ ତେଜସ୍ଵୀନୀ ସୁନା ୯୭ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା ସହଦେବ ସୁନା ବୁଢୀଖମନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଥିବା ବେଳେ ମାଆ ସୋନ୍ତୋଷିନୀ ସୁନା ଗୃହିଣୀ ଅଛନ୍ତି। ସେ ୨୦୨୨-୨୩ ଶିକ୍ଷାବର୍ଷରେ ମାଟ୍ରିକ ପରୀକ୍ଷାରେ ମଧ୍ୟ ମ.ରାମପୁର ବ୍ଳକ ଟପ୍ପର ହୋଇଥିଲେ। ଏହି ସଫଳତା ପାଇଁ ନିଜ ବାପା, ମାଆ ଓ ବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ଦାଶ ଏବଂ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଥିବା ବେଳେ ଏହି ସଫଳତା ପାଇଁ ଦିନକୁ ୧୨ ରୁ ୧୩ଘଣ୍ଟା ପରିଶ୍ରମ କରୁଥିବା ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଜଣେ ଭଲ ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ତେଜସ୍ଵୀନୀ। ଏହି ସଫଳତା ପାଇଁ ତାଙ୍କୁ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ, ଗୁରୁଜନମାନେ ଶୁଭେଚ୍ଛା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.